ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ପୁଲିସ କର୍ମୀଙ୍କ ଗୁଳିମାଡ଼, ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ଆପୋଲୋକୁ ଏୟାର ଲିଫ୍ଟ
ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ପୁଲିସ କର୍ମୀ ଗୁଳିମାଡ଼ କରୁଥିବା କୁହାଯାଉଛି। ଏଣେ ରକ୍ତାକ୍ତ ଅବସ୍ଥାରେ ନବ କିଶୋର ଦାସଙ୍କୁ ଡାକ୍ତରଖାନାକୁ ନିଆଯାଉଛି।
ଏନେଇ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇ କହିଛନ୍ତି ଯେ ଗାନ୍ଧୀଛକ ଫାଣ୍ଡିରେ ପୁଲିସ କର୍ମୀ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି।ଅଭିଯୁକ୍ତଙ୍କୁ କାବୁ କରାଯାଇଛି। ତାଙ୍କୁ ରିଭଲଭର ଇସ୍ୟୁ ହୋଇଥିଲା। ସେ ଜଣେ ଏଏସଆଇ ଭାବେ କାର୍ଯ୍ୟରତ। ହେଲେ କେଉଁ କାରଣରୁ ସେ ଗୁଳି ଚାଳନା କରିଛନ୍ତି, ତାହା ଜଣାପଡ଼ିନାହିଁ।
ଏନେଇ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇ କହିଛନ୍ତି ଯେ ଗାନ୍ଧୀଛକ ଫାଣ୍ଡିରେ ପୁଲିସ କର୍ମୀ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି। ଅଭିଯୁକ୍ତଙ୍କୁ କାବୁ କରାଯାଇଛି। ତାଙ୍କୁ ରିଭଲଭର ଇସ୍ୟୁ ହୋଇଥିଲା। ସେ ଜଣେ ଏଏସଆଇ ଭାବେ କାର୍ଯ୍ୟରତ। ହେଲେ କେଉଁ କାରଣରୁ ସେ ଗୁଳି ଚାଳନା କରିଛନ୍ତି, ତାହା ଜଣାପଡ଼ିନାହିଁ।
ସୂଚନା ଅନୁଯାୟୀ, ଏଏସଆଇ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସାମ୍ନାକୁ ଆସି ୫ ରାଉଣ୍ଡ ଗୁଳି ଚଳାଇଥିଲେ। ହେଲେ ମନ୍ତ୍ରୀଙ୍କ ଦେହରେ ୩ଟି ଗୁଳି ବାଜିଥିଲା।
ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟିଂ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।