ଓଡ଼ିଶା ମୋ ପରିବାରର ସହାୟତାରେ ବାହାରିନ୍ ରୁ ଉଦ୍ଧାର ହେଲେ ଉଚ୍ଚ ଶିକ୍ଷିତା ମହିଳା…

ଭୁବନେଶ୍ୱର : ଅନେକ ଯୁବପିଢୀ ଉଚ୍ଚଶିକ୍ଷିତ ହୋଇ ସୁଦ୍ଧା ବର୍ତ୍ତମାନ ଚାକିରି ପ୍ରଲୋଭନରେ ବାହାର ଦେଶକୁ ଯାଇ ମାନସିକ ଏବଂ ଶାରୀରିକ ଅତ୍ୟାଚାରର ଶିକାର ହେଉଛନ୍ତି । ବିଭିନ୍ନ ବିଜ୍ଞାପନରେ ବାହାରିଥିବା ନିଯୁକ୍ତିରେ ବିଶ୍ଵାସ ରଖି ସଠିକ୍ ବିଚାର ନ’କରି ଚାକିରି କରିବା ପାଇଁ ଦେଶ ବାହାରକୁ ଚାଲିଯାଉଛନ୍ତି, କିନ୍ତୁ ତାହା ତାଙ୍କ ପକ୍ଷେ ମାରାତ୍ମକ ସମସ୍ୟା ଉପୁଯାଉଛି । ଠିକ୍ ସେମିତି କିଛି ଦୁର୍ଘଟଣା ଘଟିଛି ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କ କ୍ଷେତ୍ରରେ ।

ସୂଚନାନୁସାରେ, ଯାଜପୁର ଜିଲ୍ଲାର ୪୩ବର୍ଷିୟା ମହିଳା ସିପ୍ରା ସାହୁ ଗତ ଦୁଇମାସ ପୂର୍ବେ ଏକ ଚାକିରି ସନ୍ଧାନରେ ବାହାରିନକୁ ଯାଇଥିଲେ । ସେଠାରେ ତାଙ୍କ ମାଲିକ ତାଙ୍କୁ ଅତ୍ୟନ୍ତ ଅତ୍ୟାଚାର କରିଥିଲେ ଏବଂ ସେ ପୁନଃ ଓଡ଼ିଶାକୁ ଫେରିଆସିବାକୁ ମନ ବଳାଇ ଥିଲେ । ଦୁର୍ଭାଗ୍ୟବଶତଃ, ତାଙ୍କ ଭିଜାର ସମୟ ଅବଧି ଶେଷ ହୋଇଯାଇଥିଲା ଏବଂ ସେ ଭିଜାର ନବୀକରଣ କରିବା ପାଇଁ ଇମିଗ୍ରେସନ୍ ବିଭାଗକୁ ଅନୁରୋଧ କରିଥିଲେ, କିନ୍ତୁ ଏହା କରିବା ପରିବର୍ତ୍ତେ ଇମିଗ୍ରେସନ ବିଭାଗ ତାଙ୍କୁ ଗିରଫ କରିଥିଲା । ତାଙ୍କ ବିଷୟରେ ସୂଚନା ପାଇବା ପରେ, ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ଓଡ଼ିଶା-ମୋ ପରିବାରର ସ୍ପକ ଡ଼ଃ ଅରୁଣ କୁମାର ପ୍ରହରାଜ ଏହି ଘଟଣାରେ ହସ୍ତକ୍ଷେପ କରି ପୋଲିସ ଏବଂ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ତାଙ୍କୁ ଓଡ଼ିଶା ଫେରିବାର ବନ୍ଦୋବସ୍ତ କରିଥିଲେ । ସେ ନିଜ ହାତରୁ ବିମାନ ଟିକେଟ କରି ସିପ୍ରାଙ୍କୁ ପ୍ରଦାନ କରିଥିଲେ ଏବଂ ଭାରତୀୟ ଦୂତାବାସରୁ ଏକ ଅସ୍ଥାୟୀ ପାସପୋର୍ଟ (ପ୍ରସ୍ଥାନ ପାସ) ବ୍ୟବସ୍ଥା କରି ତାଙ୍କୁ ଏଭଳି ପରିସ୍ଥିତିରୁ ମୁକୁଳାଇଥିଲେ । ସିପ୍ରା ଓଡ଼ିଶା ଫେରିବା ପରେ ଓଡ଼ିଶା- ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଟିମ୍ ଭୁବନେଶ୍ୱର ବିମାନବନ୍ଦରରେ ଉପସ୍ଥିତ ରହି ସିପ୍ରାଙ୍କୁ ଶାନ୍ତ୍ଵନା ଦେଇ ପରିବାର ବର୍ଗଙ୍କ ସହିତ ତାଙ୍କ ଘରକୁ ପଠାଇଥିଲେ ।

nis-ad
Leave A Reply

Your email address will not be published.