ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ଅଚଳ…

କାଠମାଣ୍ଡୁ : ଆଜି ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଉଡ଼ାଣ ହଠାତ ବନ୍ଦ ହୋଇଯାଇଛି। ବିମାନବନ୍ଦର ବ୍ୟବସ୍ଥାରେ କିଛି ଖରାପ କାରଣରୁ ବିମାନ ଚଳାଚଳ ବନ୍ଦ ହୋଇଯାଇ ଥିବା କୁହାଯାଇଛି।
ତେବେ ବିମାନବନ୍ଦରରେ ଇମିଗ୍ରେଶନ ସର୍ଭରରେ ତ୍ରୁଟି ଯୋଗୁ ଏଭଳି ହୋଇଥିବା ବିମାନ ବନ୍ଦରର ମୁଖ୍ୟ ପ୍ରେମ ନାଥ ଠାକୁର ସୂଚନା ଦେଇଛନ୍ତି । ନିକଟରେ ନେପାଳର ପୋଖରାଠାରେ ଭୟଙ୍କର ବିମାନ ଦୁର୍ଘଟଣାରେ ୫ ଭାରତୀୟଙ୍କ ସମେତ ୭୨ ଜଣ ପ୍ରାଣ ହରାଇଛନ୍ତି। ବିମାନଟି ଅବତରଣ କରିବାକୁ ଆଉ ମାତ୍ର ୧୦ ସେକେଣ୍ଡ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ବିମାନଟି ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିନ ୧୦ଟା ୩୩ରେ ଉଡ଼ାଣ ଆରମ୍ଭ କରିଥିଲା। ଅବତରଣର ଅବ୍ୟବହିତ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହା ସେତୀ ଗଣ୍ଡକୀ ନଦୀ କୂଳରେ ଏକ ଜଙ୍ଗଲ ଉପରେ ଖସିପଡ଼ିଲା। ଦୁର୍ଘଟଣାଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ବିମାନରେ ନିଆଁ ଲାଗିଯାଇଥିଲା।

nis-ad
Leave A Reply

Your email address will not be published.