ଆତ୍ମସମର୍ପଣ କଲେ ୩ ଜଣ ହାର୍ଡକୋର ମାଓବାଦୀ…

ମାଲକାନଗିରି : ମାଲକାନଗିରିରେ ଭୁଶୁଡୁଛି ଲାଲ ଗଡ଼ । ସଂଗଠନର ହାତ ଛାଡୁଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି ପୁଣି ୩ ଜଣ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କଲେ ୩ ଜଣ ହାର୍ଡକୋର ମାଓବାଦୀ । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ସେମାନେ ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ ବେଳେ ADG ଅମିତାଭ ଠାକୁର, DIG SIW ଅନିରୁଦ୍ଧ ସିଂ ଉପସ୍ଥିତ ଥିଲେ । ତୁଳସୀ ପାହାଡ଼ ଅଞ୍ଚଳରେ ଏମାନେ ସକ୍ରିୟ ଥିଲେ । ଏହାସହ ମାଓ କ୍ୟାମ୍ପ ଠାବ କରିଛନ୍ତି DVF ଓ SOG ଯବାନ । ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

nis-ad
Leave A Reply

Your email address will not be published.