ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ସଚେତନତା ଶିବିର…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ବନାଞ୍ଚଳ ବନ୍ଦଗଡ଼ ସେକ୍ସନ ବନବିଭାଗ ର ଆକର୍ଷଣ ନର୍ସରୀ ତେଲିମୁଣ୍ଡା ଠାରେ ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ । ଫିରିଙ୍ଗିଆ ବନାଞ୍ଚଳ ବନ୍ଦଗଡ଼ ବନପାଳ ସରୋଜ କୁମାର ମିଶ୍ର ତତୂବଧାରେ କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ବନ ଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଏସିଏଫ୍ ମଳୟ ରଞ୍ଜନ କାଲ , ଫିରିଙ୍ଗିଆ ବନ ଅଧିକାରୀ ବିଜୟ କୁମାର ମଲ୍ଲିକ, ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ମହନ୍ତ, ଦମକଳ ବାହିନୀ ଅଧିକାରୀ, ଅତିରିକ୍ତ ଥାନା ଅଧିକାରୀ , ନୂଆପଦ ଫରେଷ୍ଟର ଗାଡ୍ ବ୍ରଜ ସୁନ୍ଦର ଦାସ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପାହାଡ଼ ର ଟିମ୍ ଲିଡର ମନୋଜ କୁମାର ସାହୁ, ଅମୁଲ୍ୟ କୁମାର ପ୍ରଧାନ, ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର,ପବିଙ୍ଗିଆ ସରପଞ୍ଚ ଲାଲମୋହନ କହଁର,ରତଙ୍ଗ ସରପଞ୍ଚ, ଫିରିଙ୍ଗିଆ ସମିତି ସଭ୍ୟା ମୈସୁମି ପ୍ରଧାନ,ପବିଙ୍ଗିଆ ସମିତି ସଭ୍ୟା, ଏବଂ ଅଞ୍ଚଳର କିଛି ମାନ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲକୁ କିଭଳି ନିଆଁ ଦାଉରୁ ବନ ସୁରକ୍ଷା ଦିଆ ଯାଇ ପାରିବ ଛାତ୍ର ଛାତ୍ରୀ ବନ୍ଦଗଡ଼ ଠାରୁ ତେଲିମୁଣ୍ଡା ନର୍ସରୀ ପର୍ଯ୍ୟନ୍ତ ସ୍କଗାନ ଦେଇ ଶୋଭାଯାତ୍ରା ମାଧ୍ୟମରେ କିଭଳି ଜଙ୍ଗଲ ନିଆଁ ଦାଉରୁ ରକ୍ଷା ନିମନ୍ତେ ସ୍କଗାନ ଦେବା ସଚେତନତା କରିଥିଲେ । ସଚେତନତା ଶିବିରରେ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ସଚେତନତା କରିବା ସହ କୁନି କୁନି ପିଲା ମାନେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଦେବା ସହ ନାଚ ମାଧ୍ୟମରେ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ସଚେତନତା କରିଥିଲେ । ଜଙ୍ଗଲ ନିଆଁ ଦାଉରୁ ରକ୍ଷା ନିମନ୍ତେ ଉପସ୍ଥିତ ଥିବା ଅତିଥି ଏବଂ ଜନସାଧାରଣ ସମସ୍ତେ ସପଥ ପାଠ କରିବା ସହିତ ଜଙ୍ଗଲ କିଭଳି ନିଆଁ ଦାଉରୁ ରକ୍ଷା କରିବା ଗୀତ ନାଚ ମାଧ୍ୟମରେ ସଚେତନତା ଦେଇଥିଲେ । ଏହି ସଚେତନତା ଶିବିର ଆୟୋଜନ କରିଥିଲେ ବନ୍ଦଗଡ଼ ବନପାଳ ସରୋଜ କୁମାର ମିଶ୍ର ବହୁତ ସୁନ୍ଦର ଆୟୋଜନ କରିବ ସହ କିଭଳି ଜଙ୍ଗଲ ନିଆଁ ଦାଉରୁ ରକ୍ଷା ହୋଇ ପାରିବ ସେ ଉପରେ ସୁନ୍ଦର ସଚେତନତା ବାର୍ତ୍ତା ଦେବା ସହ ଏହି ଶିବିର ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଆୟୋଜନ ରେ ସହଯୋଗ କରିଥିଲେ ସଂଗ୍ରାମ କେଶରୀ ଦିଗାଲ ‌। ଶେଷରେ ଭାଗନେଇଥିବା କାର୍ଯ୍ୟକ୍ରମ ବିଜେତା ଓ ଉପ ବିଜେତାଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

nis-ad
Leave A Reply

Your email address will not be published.