ନୂଆଦିଲ୍ଲୀ : ସାମ୍ବାଦିକ ରାଣା ଆୟୁବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି। ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ଗାଜିଆବାଦର ଏକ ସ୍ୱତନ୍ତ୍ରକୋର୍ଟରେ ହେବାକୁ ଥିବା ଶୁଣାଣି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଗାଜିଆବାଦର ଏକ ସ୍ୱତନ୍ତ୍ର କୋର୍ଟ ପକ୍ଷରୁ ରାଣା ଜାନୁଆରୀ ୨୭ରେ ହାଜର ହେବାକୁ ନୋଟିସ୍ ହୋଇଥିଲା। କିନ୍ତୁ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାଳୟ। ତେବେ ଏହି ମାଲା ଜାନୁଆରୀ ୩୧ ପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। କାରଣ ରାଣାଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲା ଉତ୍ତରପ୍ରଦେଶର ଘଟି ନଥିବାରୁ ଏହାର ଶୁଣାଣି ଉପରେ ରୋକ ଳଗାଇଛନ୍ତି କୋର୍ଟ। ରାଣା ଆୟୁବ ଗାଜିଆବାଦ କୋର୍ଟ ଦେଇଥିବା ସମନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କୁ ସ୍ଥାନାନ୍ତର କରିଛନ୍ତି। ଇଡି ଦ୍ୱାରା ଦାଖଲ ହୋଇଥିବା ଚାର୍ଜଶିଟ ଜାଣିବା ପରେ ଗାଜିଆବାଦ କୋର୍ଟ ରାଣା ଆୟୁବଙ୍କ ବିରୋଧରେ ସମନ ଜାରି କରିଥିଲେ।
ସୂଚନାଯୋଗ୍ୟ, ରାଣା ଆୟୁବ ଅନଲାଇନରେ କ୍ରାଉଡ-ଫଣ୍ଡିଂ ପ୍ଲାଟଫର୍ମ କେଟୋ ମାଧ୍ୟମରେ ପ୍ରଚାର କରି ଦାନ ନାମରେ ସାଧାରଣ ଜନତାଙ୍କଠାରୁ ବେଆଇନ ଭାବେ ପାଣ୍ଠି ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା। ଇଡି ଅନୁଯାୟୀ, ଅନଲାଇନ ପ୍ଲାଟଫର୍ମରେ ସଂଗୃହୀତ ପାଣ୍ଠି ରାଣା ଆୟୁବଙ୍କ ପିତା ଏବଂ ଭଉଣୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା। ସେ ନିଜ ପାଇଁ ୫୦ ଲକ୍ଷ ଟଙ୍କାର ଏଫଡି କରିଥିଲା। ପ୍ରାୟ ୨୯ ଲକ୍ଷ ଟଙ୍କା ଦାତବ୍ୟ ଅନୁଷ୍ଠାନକୁ ଦାନ ପାଇଁ ବ୍ୟବହୃତ ହୋଇଥିଲା। ଲୋକଙ୍କୁ ଠକିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ପିଏମଏଲ୍ (ପ୍ରିଭେନସନ ଅଫ ମନି ଲଣ୍ଡରିଂ) ଆଇନ ଅଧୀନରେ ଉତ୍ତରପ୍ରଦେଶର ଏକ ଅଦାଲତରେ ଇଡି ଦାଖଲ କରିଥିବା ଅଭିଯୋଗଫର୍ଦ୍ଦରେ ଦର୍ଶାଇଛି।
ଲୋକଙ୍କୁ ସେବା ଯୋଗାଇବା ଆଳରେ ସେ ବେଆଇନ ଭାବେ ଜନସାଧାରଣଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ୨୦୨୧ରେ ତାଙ୍କ ନାମରେ ଏକ ଏଫଆଇଆର ରୁଜୁ କରିଥିଲା। ସେହି ଏଫଆରଆର ଆଧାରରେ ଇଡି ଉକ୍ତ ମାମଲାର ତଦନ୍ତ କରୁଛି। ଇଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସେ ୩ଟି କମ୍ପାନି ଆରମ୍ଭ କରି ତାହା ଜରିଆରେ ଟଙ୍କା ସଂଗ୍ରହ କରିଥିଲେ। ଅନଲାଇନ୍ କ୍ରାଉଡଫଣ୍ଡିଂ ପ୍ଲାଟଫର୍ମ କେଟୋ ମାଧ୍ୟମରେ ସେ ଅର୍ଥ ଆଦାୟ କରିଥିଲେ। ରାଣା ଯେଉଁ ତିନିଟି ଅଭିଯାନ ଚଳାଇ ଅର୍ଥ ଲୋକଙ୍କ ଠାରୁ ଆଣିଥିଲେ ସେଗୁଡ଼ିକ ହେଲା ବସ୍ତିବାସିନ୍ଦା ଓ କୃଷକଙ୍କ ପାଇଁ ପାଣ୍ଠି (୨୦୨୦ ଏପ୍ରିଲ-ମେ’); ଆସାମ, ବିହାର ଓ ମହାରାଷ୍ଟ୍ର ଲୋକଙ୍କ ପାଇଁ ରିଲିଫ କାର୍ଯ୍ୟ (୨୦୨୦ ଜୁନ-ସେପ୍ଟେମ୍ବର) ଏବଂ କୋଭିଡରେ ପ୍ରଭାବିତ ଭାରତୀୟଙ୍କୁ ସହାୟତା ଯୋଗାଇବା (୨୦୨୧ ମେ’-ଜୁନ)। ରାଣା ୮୦.୪୯ ଲକ୍ଷ ଲୋକଙ୍କ ଠାରୁ ୨.୬୯ କୋଟି ଟଙ୍କା ଆଦାୟ କରିଥିଲେ। ତେବେ ଏଫସିଆରଏ ଉଲ୍ଲଂଘନ କରାଯାଇ ବିଦେଶରୁ ପାଣ୍ଠି ସଂଗ୍ରହ ହୋଇଥିବାରୁ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିବାରୁ ବିଦେଶୀ ଅର୍ଥକୁ ସେ ପରେ ଫେରାଇ ଦେଇଥିଲେ।
ଇଡିର ଅଭିଯୋଗ ଅନୁଯାୟୀ, ରାଣା ଅନଲାଇନରେ ରାଣା ଯେଉଁ ପାଣ୍ଠି ସଂଗ୍ରହ କରିଥିଲେ ତାହା ପ୍ରଥମେ ତାଙ୍କ ଭଉଣୀ ଏବଂ ବାପାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ପରେ ତାହା ତାଙ୍କ ଆକାଉଣ୍ଟକୁ ପଠାଯାଇଥିଲା। ସେଥିରୁ ସେ ନିଜ ପାଇଁ ୫୦ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ ରଖିଥିଲେ ଏବଂ ଆଉ ୫୦ ଲକ୍ଷ ଟଙ୍କା ସେ ଅନ୍ୟ ଏକ ଆକାଉଣ୍ଟକୁ ପଠାଇଥିଲେ। କେବଳ ୨୯ ଲକ୍ଷ ଟଙ୍କା ରିଲିଫରେ ବିନିଯୋଗ ହୋଇଥିଲା। ରିଲିଫ କାର୍ଯ୍ୟରେ ଅଧିକ ବ୍ୟୟ ଦର୍ଶାଇବା ପାଇଁ ସେ ମିଛ ବିଲ୍ ଦାଖଲ କରିଥିଲେ।
Sign in
Sign in
Recover your password.
A password will be e-mailed to you.