ଝିରିପାଣିରେ ଶ୍ରେଣୀ ଗୃହ ଉଦ୍‌ଘାଟନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଝିରିପାଣିରେ ଶ୍ରେଣୀ ଗୃହ ଉଦ୍‌ଘାଟନ ହୋଇଛି । ମାଓ ପ୍ରବଳ ଝିରିପାଣି ପଂଚାୟତର ବାରିଙ୍ଗିଲି ଅଞ୍ଚଳରେ ବାଲିଗୁଡା ବିଧାୟକ ଚକ୍ରମଣି କଁହର ଙ୍କ ଦ୍ଵାରା ଶ୍ରେଣୀ ଗୃହର ଶୁଭ ଉଦ୍ଘାଟନ ହୋଇଛି । ସମ୍ମାନିତ ଅତିଥି ରୂପେ ତୁମୁଡିବନ୍ଧ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ବାସନ୍ତି ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ନବୀନ ପାତ୍ର, ପୂର୍ବତନ ବିଧ୍ୟାୟକ ରାଜୀବ ପାତ୍ର, ଝିରିପାଣି ଅଂଚଳର ଜଣାଶୁଣା ଯୁବ ନେତା ସଞ୍ଜୟ ପଣ୍ଡା ଯୋଗ ଦେଇଥିଲେ । ଦୀର୍ଘ ଦିନ ଧରି ବାରିଙ୍ଗିଲି ବିଦ୍ୟାଳୟରେ ଶ୍ରେଣୀ ଗୃହର ଆବଶ୍ୟକତା ରହିଥିବା ନେଇ ତୁମୁଡିବନ୍ଧ ବ୍ଲକ ସାଂସଦ ପ୍ରତିନିଧିଙ୍କୁ ଗୁହାରୀ କରିଥିଲେ । ଏନେଇ ସାହୁ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ଅବଗତ କରାଇଥିଲେ । ବିଧାୟକ ମଧ୍ୟ ଅଞ୍ଚଳର ଆବଶ୍ୟକତାକୁ ଅନୁଭବ କରି ତୁରନ୍ତ ଆଦିବାସୀ ଉନୟନ ସଂସ୍ଥା ମାଧ୍ୟମରେ ଏକ ଗୃହ ଯୋଗାଇ ଦେଇଥିଲେ । ତେବେ ଆଜିର କାର୍ଯ୍ୟକ୍ରମରେ ବହୁ ଆଦିବାସୀ, ହରିଜନ ଲୋକ,ବିଦ୍ୟାଳୟର ସମସ୍ତ ଶିକ୍ଷକ, ତୁମୁଡିବନ୍ଧ ବ୍ଲକ ବିଧ୍ୟାୟକ ପ୍ରତିନିଧି କୁନା ଦଣ୍ଡସେନା,ଅଶୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.