ସ୍ପାଇସ୍‌ଜେଟ୍‌ ଏୟାର ହଷ୍ଟେସ୍‌ଙ୍କୁ ଅସଦାଚରଣ ମାମଲା, ଅଭିଯୁକ୍ତଙ୍କୁ ଗରିଫ କଲା ଦିଲ୍ଲୀ ପୋଲିସ୍‌…

ନୂଆଦିଲ୍ଲୀ: ସ୍ପାଇସ୍‌ଜେଟରେ ଏୟାର ହଷ୍ଟେସ୍‌ଙ୍କୁ ଦୁର୍ବ୍ୟବହାର ମାମଲାରେ ଆକ୍ସନ ନେଇଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ବୃଦ୍ଧଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି ପୋଲିସ । ସୋମବାର ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ସ୍ପାଇସ୍‌ଜେଟ୍‌ରେ ଏୟାର ହଷ୍ଟେସ୍‌ଙ୍କୁ ଜଣେ ଯାତ୍ରୀ ଅସଦାଚରଣ କରିବା ସହିତ ଯୁକ୍ତିତର୍କ କରିଥିଲେ ।

ଦିଲ୍ଲୀ ପୋଲିସର ଏୟାରପୋର୍ଟ ଡିସିପିଙ୍କ ସୂଚନା ମୁତାବକ, ସୋମାବାର ଅପରାହ୍ଣ ୪.୩୯ ମିନିଟ୍‌ରେ ଏକ ଅଭିଯୋଗ କଲ୍ ଆସିଥିଲା । ଯେଉଁଥିରେ ଦିଲ୍ଲୀରୁ ହାଇହ୍ରାବାଦ ସ୍ପାଇସ୍‌ଜେଟ୍ ଫ୍ଲାଇଟ୍ ସଂଖ୍ୟା ୮୧୩୩ରେ ଜଣେ ଯାତ୍ରୀ କ୍ୟାବିନ୍ କ୍ରିୟୁଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ବୋଡିଂ ସମୟରେ ମହିଳା କର୍ମଚାରୀଙ୍କୁ ଛୁଆଇଁବା ଉଦ୍ୟମ କରୁଥିଲେ । ଏନେଇ ଏୟାରହଷ୍ଟେସ୍ ଫ୍ଲାଇଟ୍ ସୁରକ୍ଷା ଅଧିକାରୀ ସୁଶାନ୍ତ ଶ୍ରୀବାସ୍ତଙ୍କୁ ଜଣାଇଥିଲେ । ପରେ ସୁରକ୍ଷା ଅଧିକାରୀ ଏୟାରପୋର୍ଟ ଥାନାକୁ ଜଣାଇଥିଲେ । ପୋଲିସ ଘଟଣାରେ ତଦନ୍ତ କରିବା ସହିତ ଅଭିଯୁକ୍ତ ବୃଦ୍ଧ ଯାତ୍ରୀ ଅବସାର ଆଲମଙ୍କୁ ଗିରଫ କରିଛି ।

ଗତ କିଛି ଦିନ ହେଲା ଫ୍ଲାଇଟ୍‌ରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ଏହା ପୂର୍ବରୁ ଏୟାର ଇଣ୍ଡିଆରେ ଜଣେ ଯାତ୍ରୀ ବୃଦ୍ଧାଙ୍କ ଉପରେ ପରିସ୍ରା କରିବାର ଅଭିଯୋଗ ଆସିଥିଲେ । ଏହି ଘଟଣାରେ ଥାନାରେ ମାମଲା ରୁଜୁ ହେବା ପରେ କୋର୍ଟରେ ଶୁଣାଣି ଜାରି ରହିଛି ।

nis-ad
Leave A Reply

Your email address will not be published.