ଭୂମିକମ୍ପରେ ଥରି ଉଠିଲା ମଣିପୁରର ବିଷ୍ଣୁପୁର ଜିଲ୍ଲା…

ଇମ୍ଫାଲ: ମଣିପୁରରେ ଭୂମିକମ୍ପ ଝଟକା । ରାତିରେ ଥରି ଉଠିଲା ମଣିପୁର ବିଷ୍ଣୁପୁର ଜିଲ୍ଲା । ରିକ୍ଟରେ ସ୍କେଲ୍‌ରେ ଏହାର ତିବ୍ରତା ୪.୮ ରେକର୍ଡ କରାଯାଇଛି । ଭୂମିକମ୍ପ ଝଟକା ଲାଗିବା ପରେ ଭୟଭୀତ ହୋଇ ଯାଇଥିଲେ ଲୋକ । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ।

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ସୋମବାର ସଂଧ୍ୟା ୭.୧୨ ମିନିଟ୍‌ରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ବିଷ୍ଣୁପୁର ଠାରୁ ଉତ୍ତରରେ ୭୯ କିଲୋମିଟର ଦୂରରେ ରହିଛି । ସେହିପରି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି କେନ୍ଦ୍ରସ୍ଥଳି । ଏହା ପୂର୍ବରୁ ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା ଲାଗିଥିଲା । ପିଥୋରାଗଡ଼ରେ ଏହାର କେନ୍ଦ୍ରସ୍ଥଳି ରହିଥିଲା । ଏହାର ବିତ୍ରତା ୩.୮ ରେକର୍ଡ କରାଯାଇଛି ।

nis-ad
Leave A Reply

Your email address will not be published.