ସରପଞ୍ଚଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ…

ଫିରିଙ୍ଗିଆ : ବର୍ତ୍ତମାନ ଦିନକୁ ଦିନ ଖରା ବଢ଼ି ଚାଲିଥିବା ବେଳେ ଏବେ ଠାରୁ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି l ଆଜି ସକାଳେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସଖୀ ପଡ଼ା ଅଞ୍ଚଳରେ ଦୁଇ ୱାର୍ଡ ର ଶତା ଧୀକ ମହିଳା ପୁରୁଷ ମିଶି ପାଣି ସୁବିଧା ଦାବିରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି l ଗାଁ ରେ ଦୁଇଟି ୱାର୍ଡ ଥିବା ବେଳେ ୩୦୦ ରୁ ଅଧିକ ଘର ସହ ୭୦୦ ରୁ ଉର୍ଦ୍ଧ୍ବ ଜନସଂଖ୍ୟା ବସବାସ କରୁଥିବା ବେଳେ ଦୀର୍ଘ ଦିନରୁ ପାଣି ପାଇଁ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିବା ସହ ଉତ୍ତ୍ୟକ୍ତ ଜନସାଧାରଣ ରାସ୍ତା ଅବରୋଧ କରିଥିଲେ l ଦୀର୍ଘ ୩ ଘଣ୍ଟା ରାସ୍ତା ଅବରୋଧ କରିଥିବା ବେଳେ ଉଭୟ ପାର୍ଶ୍ଵରେ ବହୁତ୍ ଯାନ ବାହାନ ଅଟକି ରହିଥିଲା l କିଛି ସମୟ ପରେ ଘଟଣା ସ୍ଥଳରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ଓ ପୂର୍ବତନ ସମିତି ସଭ୍ୟ ପ୍ରତାପ ଚନ୍ଦ୍ର ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ଦୀର୍ଘ ସମୟ ଆଲୋଚନା ପରେ ଜନ ସାଧାରଣଙ୍କୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ତୁରନ୍ତ ପାଣି ଯୋଗାଇବାକୁ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା l

ଅନ୍ୟ ପଟେ ଫିରିଙ୍ଗିଆ ବ୍ଲକ ରେ ଗାଁ ଗାଁ ରେ ସରକାରଙ୍କ ତରଫରୁ ପାଣି ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଠିକ୍ ଭାବରେ ପାଣି ପାଇବା କଷ୍ଟ ସାଧ୍ୟ ହୋଇ ପଡ଼ିଛି l ଯାହାକି ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଙ୍କ ଅବହେଳା ପାଇଁ ପାଣି ମିଳୁନଥିବା କିଛି ଲୋକେ ଅଭିଯୋଗ କରିଛନ୍ତି l ତେବେ ବର୍ତ୍ତମାନ ଘଟଣା କୁ ନେଇ ସରପଞ୍ଚ ଙ୍କ ପ୍ରତିଶ୍ରୁତି କୁ କାର୍ଯ୍ୟ କାରୀ ନହେଲେ କିମ୍ୱା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଦୁଇ ୱାର୍ଡ ର ମହିଳା ପୁରୁଷ ଙ୍କ ସହ ଅଞ୍ଚଳ ବାସି ପୁଣି ଥରେ ରାସ୍ତା ଅବରୋଧ ସହ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି l ଅନ୍ୟ ପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ସରପଞ୍ଚ ଜଳନ୍ଧର କହଁର ଙ୍କୁ ପଚାରି ଵାରୁ ସଖିପଡା ରେ ପାଣି ପାଇଁ ବହୁତ୍ ଅସୁବିଧା ରହିଛି ଆଜି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ରାସ୍ତା ଅବରୋଧ କୁ ହଟାଇ ଥିବା ବେଳେ ଏହି ଘଟଣା କୁ ନେଇ ଯନ୍ତ୍ରୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ଆଲୋଚନା କରି ତୁରନ୍ତ ସଖୀ ପଡ଼ା ରେ ପାଣି ଯୋଗାଇ ଦେବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l ଏହି ଘଟଣା କୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ ଙ୍କୁ ପଚାରିବାରୁ ପାଣି ସମସ୍ୟା ରହିଛି ତୁରନ୍ତ ସମାଧାନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l

nis-ad
Leave A Reply

Your email address will not be published.