ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ୩ୟ କ୍ଵାଟର ଫାଇନାଲରେ ଅମରନାଥ କ୍ରିକେଟ କ୍ଳବ ଆସିକା ବିଜୟୀ…

ହିଞ୍ଜିଳିକାଟୁ, ୨୩।୧ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ୩ୟ କ୍ବାଟର ଫାଇନାଲ ଦିଵସରେ ଡେଲିସିଅସ କ୍ରିକେଟ କ୍ଳବ ଚେରମାରିଆ ସହ ଅମରନାଥ କ୍ରିକେଟ କ୍ଳବ ଆସିକା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଡେଲିସିଅସ କ୍ରିକେଟ କ୍ଳବ ଚେରମାରିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ୨୦ ଓଭରରେ ୫ ଗୋଟି ୱିକେଟ ବିନିମୟରେ ୧୯୯ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷରେ ଅମରନାଥ କ୍ରିକେଟ କ୍ଳବ ଆସିକା ଦଳ୧୮,୫ ଓଭରରେ ୩ଗୋଟି ୱିକେଟ ହରାଇ ୨୦୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଅମରନାଥ କ୍ରିକେଟ କ୍ଳବ ପକ୍ଷରୁବୁଦ୍ଧିଆ ଦଳ ପକ୍ଷରୁ ପ୍ରଶାନ୍ତ ୩୭ ଟି ବଲରେ ୬୨ ରନ୍ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ । ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ନଗର ବିଜେଡ଼ି ସଭାପତି ଭୀମସେନ ବେହେରା ବୁଦ୍ଧିଆ ଙ୍କୁୂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ମନମଥ ସାମନ୍ତରା ଓ ବାବୁ ପଣ୍ଡା ପରିଚାଳନା କରିଥିଲେ। ସ୍କୋରର ଭାବେ ତପନ ଵେହେରା ଅନଲାଇନ ମାଧ୍ୟମରେ ଧାରା ବିବରଣୀ ପ୍ରଦାନ କରିଥିଲେ । ସତିସ ପାଢି, ଅମୂଲ୍ୟ ରତ୍ନ ପଣ୍ଡା, ଲିଟୁ ପ୍ରଧାନ, ସିମାଞ୍ଚଳ ପାଣିଗ୍ରାହୀ, ଉମା ମହାରଣା,ପ୍ରଶାନ୍ତ ପାଢି, ସାଗର ବେହେରା, ସଚିନ ସେଠି, ସୁରୁଜ ସୁବୁଦ୍ଧି, ସୁନିଲ ପାଠି ,ଜିତେନ୍ଦ୍ର ଦାସ, ରଜତ ପ୍ରଧାନ, ଟିକୁ ମହାରଣା ଙ୍କ ସମେତ ଆୟୋଜକ ଇଗଲ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.