ବନ୍ଧୁକ ଦେଖାଇ ନେଇଗଲେ ୩ଲକ୍ଷରୁ ଅଧିକ ଟଙ୍କା…

ସୋର : ବନ୍ଧୁକ ଦେଖାଇ ୩ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ସୋର ଅନନ୍ତପୁର ଫାଣ୍ଡିଗୁଡ୍ ଅନ୍ତର୍ଗତ ବଡେଇବାଙ୍କ ଛକରେ ଏହି ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କିଓସ୍କ ବ୍ୟାଙ୍କକୁ ଟଙ୍କା ନେଇଯିବା ବେଳେ ଚିତଳ ଗାଁର ମନୋରଞ୍ଜନ ବାରିକ ଟଙ୍କା ଲୁଟ୍ ହୋଇଛି । ଦୁଇଟି ବାଇକ ଅlପାଚି ଓ ଗୋଟିଏ ପଲସର୍‌ ଆସିଥିଲେ ୫ଜଣ ଲୁଟେରା l ଗୋଇଠା ମାରି ବନ୍ଧୁକ ଦେଖlଇ ମନୋରଞ୍ଜନ ଠାରୁ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମୋଟ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ ।

nis-ad
Leave A Reply

Your email address will not be published.