ପୋଲିସ ମାଡ ଡରରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ମୟୂରଭଞ୍ଜ: ଥାର୍ଡ ଡିଗ୍ରୀ ଟ୍ରିଟମେଣ୍ଟକୁ ନେଇ ଚର୍ଚ୍ଚାରେ ଶୁଳିଆପଦା ଥାନା ପୋଲିସ। ପୋଲିସର ଥାର୍ଡଡିଗ୍ରୀ ଟ୍ରିଟମେଣ୍ଟରେ ଯୁବକର ଜୀବନ ଗଲା। ପୁଣି ପୋଲିସ ଥାନାକୁ ଉଠାଇନେଇ ନିସ୍ତୁକ ମାଡ଼ ମାରିବ ଏହି ଭୟରେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକଙ୍କ ସହ ଗ୍ରାମବାସୀ। ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନ ଧାତିକା ପଞ୍ଚାୟତ ସରଡିହା ଗାଁରେ। ସ୍ଥାନୀୟ ଗାଁର ରଜ ପାଣିପାତ୍ର ବେକରେ ଗାମୁଛା ଲାଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ମୃତକଙ୍କ ସ୍ତ୍ରୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ରଜ ପାଣିପାତ୍ରଙ୍କୁ ଶୁଳିଆପଦା ପୋଲିସ କୌଣସି ଏକ କେଶରେ ପଚାରା ଉଚାରା ପାଇଁ ଘରୁ ପିଟି ପିଟି ଜୋଜବରଦସ୍ତ ଗାଡ଼ିରେ ରାତି ୧୨ ଟାରେ ଉଠାଇ ନେଇଥିଲେ। ଥାନାରେ ପାଚାରା ଉଚାରା ବାହାନାରେ ମୃତ ରଜ ପାଣିପାତ୍ରକୁ ଥାର୍ଡଡିଗ୍ରୀ ଦେବା ସହ ମାଡ଼ ମାରି ପରେ ଛାଡି ଦେଇଥିଲେ। ପୁଣି କେତେବେଳେ ଅଚାନକ ଉଠାଇ ନେଇ ପୋଲିସ ମାଡ଼ ମାରିବା ଡରରେ ସେ ଆତ୍ମହତ୍ୟା କରିଛି ବୋଲି ତାଙ୍କ ସ୍ତ୍ରୀ ଏବଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମୟ ବଦଳିବା ସହିତ ଆଇନରେ ମଧ୍ୟ ସଂଶୋଧନ ହେଉଛି। ତଥାପି ପୋଲିସର ବ୍ୟବହାରରେ ପରିବର୍ତ୍ତନ ନ ହେବା ଆଇନକୁ ଉପହାସ ବୋଲି ଅଭିଯୋଗ ହେଉଛି। ତେବେ କୋଉ ଘଟଣାରେ ମୃତକକୁ ପୋଲିସ ରାତି ଅଧିଆ ମାଡ଼ ମାରି ଘରୁ ଉଠାଇ ଆଣିଥିଲା ଏବଂ ଥାନାରେ ଥାର୍ଡଡିଗ୍ରୀ ଦେବା ପଛରେ ପୋଲିସର କୋଉ ମହତ ଉଦ୍ଦେଶ୍ୟ ରହିଥିଲା ତାହା ତଦନ୍ତ ସାପେକ୍ଷ। ସେହିପରି ମୃତକକୁ ଘରୁ ଉଠାଇ ଆଣିଥିବା ପୋଲିସ କର୍ମଚାରୀମାନଙ୍କୁ ଚିହ୍ନଟ କରାଯିବା ସହିତ ଥାନାରେ ଥାର୍ଡଡିଗ୍ରୀ ନିର୍ଯ୍ୟାତନା ଦେଇଥିବା ସମସ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।

nis-ad
Leave A Reply

Your email address will not be published.