ମାଲକାନଗିରି ଜିଲ୍ଲା ପାଇଁ ୬୩୯ କୋଟି ୨୭ ଲକ୍ଷ ଟଙ୍କାର ୪ ଟି ବୃହତ୍ତ ପାନୀୟଜଳ ପ୍ରକଳ୍ପ ଅନୁମୋଦନ…

ମାଲକାନଗିରି : ଆମ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ । ମାଲକାନଗିରି ଜିଲ୍ଲାରେ ୪ ଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ୬୩୯ କୋଟି ୨୭ ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ କରାଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ଉପରୋକ୍ତ ଜିଲ୍ଲାର ୪ ଟି ବ୍ଲକ ଅଧୀନରେ ଥିବା ୬୧ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୫୩ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩ , ୧୩ , ୬୨୦ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ ଖଇରପୁଟ ବ୍ଲକ ଅଧୀନରେ ଥିବା ୯ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୭ ଟି ଗ୍ରାମର ପ୍ରାୟ ୪୫ , ୯୭୫ ଜଣ , ମାଲକନାଗିରି ବ୍ଲକ ଅଧୀନରେ ଥିବା ୧୫ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୦୬ ଟି ଗ୍ରାମର ପ୍ରାୟ ୭୬ , ୯୬୮ ଜଣ , ମାଥୁଲି ବ୍ଳକ ଅଧୀନରେ ଥିବା ୨୦ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୪୧ ଟି ଗ୍ରାମର ପ୍ରାୟ ୯୪ , ୬୫୩ ଜଣ ଓ କାଲିମେଳା ବ୍ଳକ ଅଧୀନରେ ଥିବା ୧୭ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୧୯ ଟି ଗ୍ରାମର ପ୍ରାୟ ୯୬ , ୦୨୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ । ସମସ୍ତ ପ୍ରକଳ୍ପ ଗୁଡିକୁ ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.