ମମତା ବାନାର୍ଜୀଙ୍କ କାର୍ଟୁନ୍‌ ସେୟାର କରିଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ୧୧ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ…

ନୂଆଦିଲ୍ଲୀ: ମମତା ବାନାର୍ଜୀ ଏବଂ ମୁକୁଲ ରୟଙ୍କ ବିଷୟରେ ଏକ ଅପମାନଜନକ କାର୍ଟୁନ୍‌ ସେୟାର କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅମ୍ବିକେଶ ମହାପାତ୍ରଙ୍କୁ ଦୀର୍ଘ ୧୧ ବର୍ଷର ଆଇନଗତ ଯୁଦ୍ଧ ପରେ ଏହି ମାମଲରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଦାଲତ।
ଉଲ୍ଲେଖଯୋଗ୍ୟ, ମମତା ବାନାର୍ଜୀ ଏବଂ ମୁକୁଲ ରୟଙ୍କ ବିଷୟରେ ଏକ ଅପମାନଜନକ କାର୍ଟୁନ୍‌ ସେୟାର କରିଥିବା ଅଭିଯୋଗରେ ଏପ୍ରିଲ ୧୨, ୨୦୧୨ରେ, ପୂର୍ବ ଯାଦବପୁର ପୁଲିସ ଷ୍ଟେସନରେ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅମ୍ବିକେଶ ମହାପାତ୍ରଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରା ଯାଇଥିଲା।
ତେବେ, ଏହି ମାମଲାରୁ ନିର୍ଦ୍ଦୋଷରେ ଖଲାସ ହେବା ପରେ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅମ୍ବିକେଶ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କର ଯୁଦ୍ଧ ସମସ୍ତ ପ୍ରକାରର ଅତ୍ୟାଚାର ବିରୁଦ୍ଧରେ ଥିଲା। ଆଲିପୁର ଜିଲ୍ଲା ଅଦାଲତ ନିମ୍ନ ଅଦାଲତଙ୍କୁ ଅପରାଧିକ ମାମଲାରୁ ପ୍ରଫେସର ମହାପାତ୍ରଙ୍କୁ ମୁକ୍ତ କରିବାକୁ କହିଥିଲେ।
ପ୍ରଫେସର ମହାପାତ୍ର କହିଛନ୍ତି, ସରକାରଙ୍କ ବିରୋଧରେ ଯେକୌଣସି ପ୍ରକାରର ସ୍ୱରକୁ ଅଟକାଇବା ପାଇଁ ପଶ୍ଚିମବଙ୍ଗ ସରକାର, ପୁଲିସ ପ୍ରଶାସନ ଏବଂ ଶାସକ ଦଳର ଗୁଣ୍ଡାମାନେ ଏକ ପ୍ରକାର ଷଡଯନ୍ତ୍ର କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଭାରତୀୟ ଦଣ୍ଡ ସଂହିତାର ଧାରା ଦ୍ୱାରା ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬ଏ ଅନୁଯାୟୀ ପ୍ରଫେସର ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

nis-ad
Leave A Reply

Your email address will not be published.