ଗଞ୍ଜେଇ କାରବାରରେ ଖାକି ଲିଙ୍କ, ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ…

ବୌଦ୍ଧ : ଗଞ୍ଜେଇ କାରବାରରେ ଖାକି ଲିଙ୍କ୍‌। ଫାଣ୍ଡି ଅଧିକାରୀଙ୍କ ସମେତ ୨ କନେଷ୍ଟବଳ ନିଲମ୍ବିତ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାଇ ମୀନା ନିଲମ୍ବିତ କରିଛନ୍ତି। ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ଜଣେ ଗଞ୍ଜେଇ ବେପାରୀକୁ ଏକ ବାଇକ୍‌ ସହ ଧରାଯାଇଥିଲା। ତା ନିକଟରୁ ୧୬ କିଲୋ ଗଞ୍ଜେଇ ମଧ୍ୟ ଜବତ ହୋଇଥିଲା।

ତେବେ ଗଞ୍ଜେଇ ବେପାରୀକୁ ଛାଡିବା ସହ ଗଞ୍ଜେଇକୁ ନିଜ ବାସଭବନରେ ଲୁଚାଇ ରଖିଥିଲେ ପୋଲିସ ଅଧିକାରୀ। ଏନେଇ ବୌଦ୍ଧ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏସ୍‌ପି ତଦନ୍ତ କରି ସରକାରୀ ବାସଭବନରୁ ଗଞ୍ଜେଇ ସହ ଏକ ବାଇକ୍‌ ଜବତ କରିଥିଲେ। ତେବେ ପୂର୍ବରୁ ମଧ୍ୟ ସେହି ଫାଣ୍ଡିରେ ଏଭଳି ଅଭିଯୋଗ ଆସିଥିବା ବେଳେ ଜଣେ ଫାଣ୍ଡି ଅଧିକାରୀଙ୍କୁ ବଦଳି କରାଯାଇଥିଲା।

nis-ad
Leave A Reply

Your email address will not be published.