ପୁଣି ସକ୍ରିୟ ହୋଇ ଉଠିଛନ୍ତି ବାପା ଚୋରି ଗ୍ୟାଙ୍ଗ୍‌: ସିନ୍ଦେ ଗୋଷ୍ଠୀଙ୍କୁ ବିଦ୍ରୂପ କରି କହିଲେ ସଞ୍ଜୟ…

ମୁମ୍ବାଇ: ରାଜ୍ୟରେ ପୁଣି ବାପା ଚୋରି ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଛନ୍ତି ବୋଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ବିଦ୍ରୂପ କରି ଶିବସେନା ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ କହିଛନ୍ତି।
ସୂଚନାଯୋଗ୍ୟ, ମୁମ୍ବାଇସ୍ଥିତ ବିଧାନଭବନର ସେଣ୍ଟ୍ରାଲ୍‌ ହଲ୍‌ରେ ଶିବସେନା ମୁଖ୍ୟ ପୂର୍ବତନ ମୁଖ୍ୟ ସ୍ବର୍ଗତ ବାଲାସାହେବ ଠାକ୍‌ରେଙ୍କର ଏକ ତୈଳଚିତ୍ର ପ୍ରଦର୍ଶନ କରାଯିବ। କିନ୍ତୁ, ଏହି କାର୍ଯ୍ୟକ୍ରମ ନିମନ୍ତେ ଛାପା ଯାଇଥିବା ନିମନ୍ତ୍ରଣ ପତ୍ରରେ ଉଦ୍ଧବ ଠାକ୍‌ରେଙ୍କ ନାଁ ନାହିଁ।
ଏଥିପାଇଁ ସିନ୍ଧେ ଗୋଷ୍ଠୀଙ୍କୁ ବିଦ୍ରୂପ କରି ସଞ୍ଜୟ ରାଉତ କହିଛନ୍ତି, ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଧବ ଠାକ୍‌ରେ ଏବଂ ତାଙ୍କ ପରିବାରକୁ ନିମନ୍ତ୍ରଣ କରାଯାଇନାହିଁ। ଏଥିରୁ ପ୍ରମାଣ ହୋଇଗଲା ଯେ, ରାଜ୍ୟରେ ପୁଣି ବାପା ଚୋରି ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଛନ୍ତି।

କିନ୍ତୁ, ତାଙ୍କର ଏହି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇ ବିଧାନସଭା ବାଚସ୍ପତି ରାହୁଲ୍‌ ନରୱେକର୍‌ କହିଛନ୍ତି ଯେ, ଶିବସେନା ମୁଖ୍ୟ ବାଲାସାହେବ ଠାକ୍‌ରେଙ୍କ ଜନ୍ମବାର୍ଷିକୀ ଅବସରରେ ଜାନୁଆରି ୨୩ ତାରିଖ ଦିନ ବିଧାନସଭାର ସେଣ୍ଟ୍ରାଲ୍‌ ହଲ୍‌ରେ ଆୟୋଜନ କରାଯିବାକୁ ଥିବା ମହାସମାରୋହରେ ତାଙ୍କର ତୈଳଚିତ୍ର ଉନ୍ମୋଚନ ଉନ୍ମୋଚନ କରାଯିବ। ଏହି ତୈଳଚିତ୍ରକୁ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ। ଏହି ସମାରୋହକୁ ‘ଏମ୍‌ଏନ୍‌ଏସ୍‌’ ଅଧ୍ୟକ୍ଷ ରାଜ ଠାକ୍‌ରେ, ଯୁବ ସେନା ମୁଖ୍ୟ ଆଦିତ୍ୟ ଠାକ୍‌ରେ ଏବଂ ଠାକ୍‌ରେ ପରିବାରର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କରାଯିବ।

nis-ad
Leave A Reply

Your email address will not be published.