ତହସିଲ ଅଫିସ୍‌ର ୪ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ…

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ମଙ୍ଗଳବାର ଅଚାନକ ହରଭଙ୍ଗା ତହସିଲ ଅଫିସ୍‌ ପରିଦର୍ଶନରେ ଯାଇଥିଲେ। ସେ ଅଫିସ୍‌ର ହାଜିରା ରେଜିଷ୍ଟର ଓ କ୍ୟାସ୍‌ ବୁକ୍‌ ଯାଞ୍ଚ କରିଥିଲେ। ତେବେ ହାଜିରା ରେଜିଷ୍ଟରରେ ଦସ୍ତଖତ ଅନିୟମିତତା ଓ କ୍ୟାସବୁକ୍‌ ଅପଡେଟ ହୋଇନଥିବା ଦେଖିବାକୁ ପାଇଥିଲେ। ଏପରି ଅନିୟମିତତା ଦେଖିଲା ପରେ ଜିଲ୍ଲାପାଳ ସାଙ୍ଗେ ସାଙ୍ଗେ ଆକ୍ସନ ନେଇଥିଲେ।

ଅନିୟମିତତା ଅଭିଯୋଗରେ ହରଭଙ୍ଗା ତହସିଲରେ କାର୍ଯ୍ୟରତ ୪ ଜଣ କିରାଣୀ ଓ ଜଣେ ପିଅନଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତା’ ସହିତ ହରଭଙ୍ଗା ତହସିଲଦାରଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ପୂର୍ବରୁ ଜିଲ୍ଲାପାଳ ଅଚାନକ ବାଉଁସୁନୀ ମେଡିକାଲ ଗସ୍ତରେ ଯାଇ ୪ ଜଣ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାରୁ ପ୍ରକାଶ, ବୌଦ୍ଧ ଜିଲ୍ଲାରେ ଥିବା ସରକାରୀ ଅଫିସ୍‌କୁ କର୍ମଚାରୀମାନେ ଠିକ୍‌ ସମୟରେ ଆସୁନଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଦୂରଦୂରାନ୍ତରୁ ଆସୁଥିବା ଗରିବ ଲୋକମାନେ ସେବା ପାଇବାରୁ ବଞ୍ଚିତ ହେଉଥିଲେ। ନାନା ହଇରାଣ ହରକତ ହେଉଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଥିଲା।

nis-ad
Leave A Reply

Your email address will not be published.