ସନ୍ନ୍ୟାସିନୀ ହୋଇଗଲେ ହୀରା ବ୍ୟବସାୟୀଙ୍କ ୯ ବର୍ଷର ଝିଅ…

ସୁରତ: ସଂସାର ସୁଖ ଓ ଧନର ମୋହରୁ ମୁହଁ ମୋଡ଼ି ସନ୍ନ୍ୟାସିନୀ ହୋଇଯାଇଛି ଜଣେ ୯ ବର୍ଷର ଝିଅ। ତାଙ୍କ ବାପା ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ। ତାଙ୍କର ପ୍ରବଳ ଟଙ୍କା ମଧ୍ୟ ରହିଛି। ତଥାପି ଏସବୁ ମୋହମାୟା ଛୋଟ ପିଲାଟିକୁ ବଶବର୍ତ୍ତୀ କରିପାରି ନାହିଁ। ସେ ସଂସାର ସୁଖ ପରିତ୍ୟାଗ କରିଛନ୍ତି।
ସନ୍ନ୍ୟାସିନୀ ହୋଇଥିବା ୯ ବର୍ଷର ଦେବାଂଶୀ ହେଉଛନ୍ତି ଧନେଶ ଓ ଅମୀ ସଙ୍ଘଭୀଙ୍କ ବଡ଼ ଝିଅ। ସେ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। କେବଳ ଦେବାଂଶୀ ନୁହନ୍ତି, ସୁରତର ଭେସୁଲ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଦୀକ୍ଷା ଗ୍ରହଣ କରିଛନ୍ତି।
ଦେବାଂଶୀଙ୍କ ବାପା ହେଉଛନ୍ତି ସଙ୍ଘଭୀ ଆଣ୍ଡ ସନ୍ସର ମାଲିକ। ସେ ଦୀର୍ଘ ୩୦ ବର୍ଷ ହେଲା ହୀରା ବ୍ୟବସାୟ କରି ଆସୁଛନ୍ତି। ସୁରତର ଅନ୍ୟତମ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ସଙ୍ଘଭୀଙ୍କ ଝିଅ ଦେବାଂଶୀଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ସେ ଦୀକ୍ଷା ଗ୍ରହଣ କରିବା ପରେ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ଜୀବନ ଓ ଜିନିଷକୁ ତ୍ୟାଗ କରିଛନ୍ତି।

ପିଲାଟି ବେଳୁ ହିଁ ଦେବାଂଶୀ ଧାର୍ମିକ ଚିନ୍ତାଧାରା ଓ ଭଗବାନଙ୍କ ପ୍ରତି ଅତ୍ୟନ୍ତ ନିଷ୍ଠା ଦେଖାଇ ଚାଲିଥିଲେ। ଏପରି କି ସେ ଅନ୍ୟ ସାଧୁସନ୍ଥଙ୍କ ସହ ଦୀର୍ଘ ୭୦୦ କିମି ରାସ୍ତା ମଧ୍ୟ ଚାଲିଥିଲେ। ତାଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲେ ମଧ୍ୟ ଦେବାଂଶୀ ୫ଟି ଭାଷାରେ କଥାବାର୍ତ୍ତା କରିବା ଜାଣିଛନ୍ତି। ଛୋଟ ପିଲାଟିର ଏପରି ପଦକ୍ଷେପକୁ କିଛି ଜଣ ସମର୍ଥନ କରିଥିବା ବେଳେ ଆଉ କିଛି ନାସପନ୍ଦ କରିଛନ୍ତି। ଦେବାଂଶୀଙ୍କ ସାନ ଭଉଣୀ ମଧ୍ୟ ରହିଛନ୍ତି। ତାଙ୍କୁ ୪ ବର୍ଷ।

nis-ad
Leave A Reply

Your email address will not be published.