ରାଜ୍ୟ ଉପଭୋକ୍ତା ସଚେତନ ପ୍ରତିଷ୍ଠାନର ଫାଉଣ୍ଡେସନ ଡେ…

ଭୁବନେଶ୍ବର : ରାଜ୍ୟ ଉପଭୋକ୍ତା ସଚେତନ ପ୍ରତିଷ୍ଠାନର ଫାଉଣ୍ଡେସନ ଡେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ଅଧ୍ୟକ୍ଷ ଡଃ ଜଷ୍ଟିସ ଡି ପି ଚୈ।ଧରୀ, ସମ୍ମାନୀତ ଅତିଥି ଭାବେ ଆନ୍ତର୍ଜାତିକ ଉପଭୋକ୍ତା ପଲିସି ପରାମର୍ଶଦାତା ପ୍ରଫେସର ବିଜନ କୁମାର ମିଶ୍ର, ରାଜ୍ୟ ସରକାରଙ୍କ ଉପଭୋକ୍ତା କଲ୍ୟାଣ ବିଭାଗ ର ନିର୍ଦ୍ଦେଶକ ତଥା ରାଜ୍ୟ ପ୍ରତିଷ୍ଠାନର ଉପସଭାପତି ଜ୍ୟୋତି ରଞ୍ଜନ ଲାକରା ଓ ରାଜ୍ୟ ପ୍ରତିଷ୍ଠାନ ର ଅଫିସର ଇନ୍ ଚାର୍ଜ ତଥା ରାଜ୍ୟ ଉପଭୋକ୍ତା କଲ୍ୟାଣ ବିଭାଗ ର ଯୁଗ୍ମ ସଚିବ କାଶିନାଥ ସାହୁ, ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ର ଗଭର୍ଣ୍ଣିଂ ବଡ଼ି ସଦସ୍ୟ ସତୀଶ୍ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ଉତ୍ସବରେ ଭୁବନେଶ୍ଵର ର ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ |

ଏହି ଅବସରରେ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯, ମଧ୍ୟସ୍ଥତା ଓ ମାମଲା ସମାଧାନ ର ମେକାନିଜମ୍ ବିଷୟରେ ସମସ୍ତ ଅତିଥି ମାନେ ମତପ୍ରକାଶ କରିଥିଲେ । ଏହି ଡିଜିଟାଲ ଶତାବ୍ଦୀ ରେ ଉପଭୋକ୍ତା ମାନଙ୍କ ର ଅଭିଯୋଗ ଶୁଣିବା ତଥା ସେମାନଙ୍କୁ ପରାମର୍ଶ ଦେବା ଓ ସମାଧାନ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ରାଜ୍ୟ ସରକାରଙ୍କ ଏକ ଅନଲାଇନ ରାପିଡ ରେସପନ୍ସ ଟିମ୍ ଗଠନ କରିବା ପାଇଁ ଶ୍ରୀ ସତୀଶ୍ ପାଣିଗ୍ରାହୀ ବୋର୍ଡ କୁ ପ୍ରସ୍ତାବ ଦେଇଥିଲେ । ଚଳିତ ବର୍ଷ ରାଜ୍ୟ ର ବିଭିନ୍ନ ଉପଭୋକ୍ତା ସୁରକ୍ଷା ସଂସ୍ଥା ଏବଂ ମହାବିଦ୍ୟାଳୟମାନଙ୍କ ସାମିଲ କରାଯାଇ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ର ମ୍ୟାନେଜର ଶ୍ରୀ ସଞ୍ଜୟ ମହାନ୍ତି ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.