ପାଟନାରେ ପହଞ୍ଚିଲା ଲଜଜୁରୀ ଜାହାଜ ‘ଗଙ୍ଗା ବିଳାସ’, ନଦୀରେ ଫସିଥିବା ଖବରକୁ ସରକାରଙ୍କ ଅସ୍ବୀକାର…

ନୂଆଦିଲ୍ଲୀ : ଗତ ସପ୍ତାହରେ ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦଘାଟିତ ବିଳାସମୟ ଜାହାଜ ଗଙ୍ଗା ବିଳାସ ନିର୍ଦ୍ଧାରିତ ସମୟରେ ପାଟନାରେ ପହଞ୍ଚିଛି । ଏହା ପୂର୍ବରୁ ଖବର ଆସିଥିଲା ଯେ ଜାହାଜଟି ଡୋରିଗଞ୍ଜ ନିକଟରେ କମ ପାଣି ଯୋଗୁଁ ଫସି ରହିଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ଯେ ଜାହାଜଟି ଫସି ନଥିଲା, ବରଂ ପର୍ଯ୍ୟଟକମାନେ ଅନ୍ୟ ଏକ ବୋଟରେ କୂଳକୁ ଆସି ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଥିଲେ । ଇନଲାଣ୍ଡ ଓ୍ବାଟରଓ୍ବେଜ ଅଥରିଟି ପକ୍ଷରୁ ଜାହାଜ ଫସିଥିବା ଖବରକୁ ଅସ୍ବୀକାର କରାଯାଇଥିଲା ।
ଛାପ୍ରାର ୧୧ କିଲୋମିଟର ଦକ୍ଷିଣ ପୂର୍ବରେ ଥିବା ଡୋରିଗଞ୍ଜ ବଜାର ନିକଟରେ ଅବସ୍ଥିତ ଚିରାଣ୍ଡ ହେଉଛି ସରନ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ସ୍ଥାନ । ଘାଗରା ନଦୀ କୂଳରେ ନିର୍ମିତ ସ୍ତୁପନୁମା ପରି ସ୍ଥାନଗୁଡିକ ହିନ୍ଦୁ, ବୌଦ୍ଧ ଏବଂ ମୁସଲମାନଙ୍କ ଇତିହାସ ସହିତ ଜଡିତ ଥିବା କୁହାଯାଏ । ଏସବୁ ସ୍ଥାନକୁ ପର୍ଯ୍ୟଟକମାନେ ବୁଲି ଦେଖିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଗତ ଜାନୁଆରି ୧୩ରେ ପତାକା ଦେଖାଇ ଏହି ଜାହାଜର ଯାତ୍ରାରମ୍ଭ କରିଥିଲେ । ୫୧ ଦିନର ଯାତ୍ରା ପରେ ଏହା ଆସାମର ଦିବ୍ରୁଗଡ଼ରେ ପହଞ୍ଚିବ । ଏହା ମାର୍ଚ୍ଚ ୧ରେ ଦିବ୍ରୁଗଡ଼ରେ ପହଞ୍ଚିବ ।

nis-ad
Leave A Reply

Your email address will not be published.