ନୂଆ ଆତଙ୍କବାଦୀ ସଂଗଠନ ସ୍ଥିତି ଜାହିର ପାଇଁ କରୁଛନ୍ତି ଟାର୍ଗେଟ କିଲିଂ…

ବେଙ୍ଗାଲୁରୁ: ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ‘ସେନା ଦିବସ ପରେଡ୍‌’ ଆଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ବାମୀ ପରେଡ୍‌ ଗ୍ରାଉଣ୍ଡ୍‌ରେ ପାଳନ କରାଯାଇଛି | ଏହି ଅବସରରେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଭାଗ ନେଇଥିଲେ। ଯବାନଙ୍କୁ ସମ୍ବୋଧିତ କରି ସେନା ମୁଖ୍ୟ କହିଛନ୍ତି, ‘ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସେନା ଦିବସ ପରେଡ ଏବଂ ଏହା ସହ ଜଡିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ସେନାକୁ ଲୋକଙ୍କ ସହ ଯୋଡି ହେବାର ଏକ ସୁବର୍ଣ୍ଣ ସୁଯୋଗ ଦେଇଛି | ମୁଁ ନିଶ୍ଚିତ ଯେ ଏହା ଆମ ସମ୍ପର୍କକୁ ଆହୁରି ମଜବୁତ କରିବ | ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆହୁରି ମଧ୍ୟ କହିଛନ୍ତି, “ଆମେ ଏଲଏସିରେ ଏକ ଦୃଢ ସ୍ଥିତିରେ ଅଛୁ ଏବଂ ଯେକୌଣସି ଆହ୍ୱାନର ମୁକାବିଲା କରିବାକୁ ପ୍ରସ୍ତୁତ ଅଛୁ ।
ସେ କହିଛନ୍ତି ପଞ୍ଜାବ ଏବଂ ଜମ୍ମୁକଶ୍ମୀର ସୀମାରେ ଅନେକ ସମୟରେ ଡ୍ରୋନ୍ ଦେଖାଯାଉଛି, ଯାହା ଦ୍ୱାରା ଡ୍ରଗ୍ସ ଚୋରା ଚାଲାଣ କରାଯାଇପାରିବ। ଏଥିପାଇଁ ଡ୍ରୋନ୍ ଆଣ୍ଟି ସିଷ୍ଟମ ଏବଂ ଜାମର ଲଗାଯାଇଛି। ସ୍ଥଳସେନା ମୁଖ୍ୟ କହିଛନ୍ତି ଯେ କିଛି ନୂଆ ଆତଙ୍କବାଦୀ ସଂଗଠନ ନିଜ ସ୍ଥିତିକୁ ଜାହିର କରିବା ପାଇଁ ଟାର୍ଗେଟ କିଲିଂ କରୁଛନ୍ତି | ଆମେ ଅନ୍ୟ ସୁରକ୍ଷା ବାହିନୀ ସହିତ ମିଶି ଏହି ଚ୍ୟାଲେଞ୍ଜର ମୁକାବିଲା କରୁଛୁ।

ସେହିପରି ଯବାନମାନଙ୍କୁ ପ୍ରଶଂସା କରି ମନୋଜ ପାଣ୍ଡେ କହିଛନ୍ତି, “ଆମର ସାହସୀ ସୈନିକମାନେ ଦୁର୍ଗମ ଅଞ୍ଚଳ ସହ ଖରାପ ପାଗ ସତ୍ତ୍ୱେ ସୀମାରେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ସୁବିଧା ଦିଆଯାଉଛି। ସ୍ଥାନୀୟ ପ୍ରଶାସନ, ଅନ୍ୟାନ୍ୟ ଏଜେନ୍ସି ଏବଂ ସେନା ମିଳିତ ଭାବେ ଭିତ୍ତିଭୂମି ବିକାଶରେ ଉନ୍ନତି ଆଣିଛନ୍ତି।

nis-ad
Leave A Reply

Your email address will not be published.