ଗର୍ଭବତୀ ମହିଳାଙ୍କୁ ଏୟାରଲିଫ୍ଟ କଲେ ସେନାର ଯବାନ…

ଶ୍ରୀନଗର: ପ୍ରସବ ବେଦନାରେ ପୀଡ଼ିତ ଜଣେ ମହିଳାଙ୍କୁ ଏୟାରଲିଫ୍ଟ କଲେ ସେନାର ଯବାନ। ଜମ୍ମୁ କଶ୍ମୀରର ତଙ୍ଗଧାର ଅଂଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ କୁପଓ୍ୱାଡାକୁ ଏୟାରଲିଫ୍ଟ କରାଯାଇଥିଲା ମହିଳା ଜଣଙ୍କର ପ୍ରବଳ ରକ୍ତସ୍ରାବ କାରଣରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା ତାଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ସ୍ଥାନୀୟ ଡାକ୍ତର । ତଂଗଧାର ଅଂଚଳରେ ପ୍ରବଳ ବରଫପାତ ହୋଇଥିବାରୁ ତାଙ୍କୁ ଏକ ହେଲିକପ୍ଟର ସାହାଯ୍ୟରେ ନିକଟ ଏକ ମେଡିକାଲକୁ ନିଆଯାଇଥିଲା। ଡେପୁଟି କମିଶନର ପଓ୍ୱାଡାଙ୍କ ବ୍ୟକ୍ତିଗତ ତଥା ଠିକ ସମୟରେ ହସ୍ତକ୍ଷେପ ହେତୁ ମହିଳା ଜଣଙ୍କୁ ଏୟାରଲିଫ୍ଟ କରାଯାଇ ପାରିଛି।
ଗତକାଲି ସନ୍ଧ୍ୟାରେ ପଓ୍ୱାଡା ଜିଲ୍ଲାର କର୍ନା ସବଡିଭିଜନରେ ଥିବା ଟିଟୱାଲର ବ୍ଲକ ଟିଟୱାଲରେ ଜଣେ ୩୮ ବର୍ଷୀୟ ମହିଳା ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ। ସେ ହେଉଛନ୍ତି ଅଲି ଅସଗରଙ୍କ ପତ୍ନୀ ନୁସରତ ବେଗମ। ତାଙ୍କୁ ଚିକିତ୍ସା ପାଇଁ ଏସଡିଏଚ ତଂଗଧାର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ବିଶେଷ ଚିକିତ୍ସା ଆବଶ୍ୟକ ପଡ଼ିବାରୁ ଶ୍ରୀନଗରକୁ ସ୍ଥାନାନ୍ତର ହେବାକୁ ଥିଲା। ଏନେଇ ତଂଗଧାର ଡେପୁଟି କମିଶନରଙ୍କୁ ଅବଗତ କରାଯାଥିଲା। ଡେପୁଟି କମିଶନର ସମସ୍ତ ପ୍ରୟାସ କର ଚପର ବ୍ୟବସ୍ଥା କରିଥିଲେ।

nis-ad
Leave A Reply

Your email address will not be published.