ଓଭରବ୍ରିଜ୍‌ରୁ ଖସିପଡ଼ିଲେ ଛାତ୍ର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ସମ୍ବଲପୁର: ଆଜି ଅପରାହ୍‌ଣରେ ସମ୍ବଲପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲକ୍ଷ୍ମୀ ଟକିଜ ଫ୍ଲାଇଓଭର ଉପରୁ ପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ର ହେଲେ କ୍ଲିଫଡ କୁଜୁର।

ସୂଚନା ଅନୁସାରେ ସେଣ୍ଟ ଜୋସେଫ୍‌ ସ୍କୁଲର ଛାତ୍ର କ୍ଲିଫଡ କୁଜୁର ହେଉଛନ୍ତି ଦଶମ ଶ୍ରେଣୀର ଛାତ୍ର। ଅନ୍ୟ ଦିନ ଭଳି ସେ ଆଜି ମଧ୍ୟ ପାଠ ପଢ଼ିବାକୁ ସ୍କୁଲ ଯାଇଥିଲେ। ବିଦ୍ୟାଳୟରେ ଆଜି ପରୀକ୍ଷା ଥିଲା। ସେ ପରୀକ୍ଷା ଦେଇ ଘରକୁ ଫେରିଥିଲେ। ତେବେ ଲକ୍ଷ୍ମୀ ଟକିଜ ନିକଟ ଫ୍ଲାଏଓଭରରୁ କୌଣସି ପ୍ରକା‌ରରେ ସେ ତଳକୁ ଖସିପଡ଼ିଥିଲେ। ପ୍ରାୟ ୨୦ ମିଟର ଉପରୁ ତଳକୁ ପଡ଼ିଥିବାରୁ କ୍ଲିଫଡଙ୍କ ଅବସ୍ଥା ଗୁରୁତର ଥିଲେ। କ୍ଲିଫଡକୁ ପୁଲିସ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଶୋଚନୀୟ ଥିବାରୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

nis-ad
Leave A Reply

Your email address will not be published.