ମହିଳା କ୍ରିକେଟର ନିଖୋଜ ମାମଲା : ଜଙ୍ଗଲରୁ ମିଳିଲା ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ…

କଟକ: ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମିଳିଲା ମୃତଦେହ। ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଏହାପରେ ଜଙ୍ଗଲ ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ରାଜଶ୍ରୀଙ୍କର ବୋଲି କଟକ ମଙ୍ଗଳାବାଗ ପୋଲିସ ସ୍ପଷ୍ଟ କରିଛି।

ସୂଚନା ଅନୁସାରେ ଗତ ୧୧ ତାରିଖ ସଂଧ୍ୟାରୁ ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ଖୋଜଖବର ନଥିଲା । ବାପାଙ୍କୁ ଔଷଧ ଦେବାକୁ କହି ସ୍କୁଟିରେ ପୁରୀ ଯାଉଛି ବୋଲି କହିଥିଲେ । ମଙ୍ଗଳବାଗ ଥାନାରେ କୋଚ୍‌ ମିସିଙ୍ଗ ରିପୋର୍ଟ କରିବା ପରେ ତନାଘନା ଚଳାଇଥିଲେ ପୋଲିସ। ଥାନାଧିକାରୀଙ୍କ ନେତୃତ୍ୱରେ ଥାନାଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଆଠଗଡ଼ ଯାଇ ତଦନ୍ତ କରୁଥିଲା।

ରାଜଶ୍ରୀଙ୍କ ନିଖୋଜ ନେଇ କୌଣସି ଲିଙ୍କ୍‌ ରହିଛି କି ନାହିଁ ସେନେଇ ତନାଘନା ଚାଲିଥିଲା। ପୁଡୁଚେରୀରେ ଖେଳାଯିବାକୁ ଥିବା ସିନିଅର ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ କ୍ୟାମ୍ପରେ ସାମିଲ ହୋଇଥିଲେ ରାଜଶ୍ରୀ । ବଜ୍ରକବାଟି ସ୍ଥିତ ଏକ ହୋଟେଲରେ ରହୁଥିଲେ ରାଜଶ୍ରୀ ଓ ଅନ୍ୟାନ୍ୟ ଖେଳାଳି । ଟାଙ୍ଗୀ ସ୍ଥିତ ଏକ ଘରୋଇ କଲେଜରେ ଚାଲିଥିଲା ଅଭ୍ୟାସ ।

ଅନ୍ୟପଟେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ମାଆ । ଚୟନ ପ୍ରକ୍ରିୟାରେ ମୋ ଝିଅ ପ୍ରତି ଅନ୍ୟାୟ ହୋଇଛି । ଚୂଡ଼ାନ୍ତ ତାଲିକାରୁ ମୋ ଝିଅ ନାଁ ଜାଣିଶୁଣି କାଟି ଦିଆଯାଇ ଛି। “ମୋ ଝିଅ ଭଲ ଖେଳେ”। ତାଲିକାରୁ ନାଁ କଟିଯିବା ପରେ ଚାପରେ ଥିଲା ରାଜଶ୍ରୀ । “ତାକୁ ମାରି ଦେଇ ଲୁଚାଇ ରଖାଯାଇଛି “। “ଘଟଣାକୁ ଦବାଇ ଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଥିଲେ ତାଙ୍କ ମାଆ ।

nis-ad
Leave A Reply

Your email address will not be published.