ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ…!

ବଲାଙ୍ଗିର : ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା। ଏହି ଯୋଜନାରେ କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀର ବ୍ଲକ ଗୁଡ଼ିକୁ ଆସୁଥିବା ଅନୁଦାନ କଟାଯାଉଥିବା ଅଭିଯୋଗ ଆଣି ବିଧାୟକ ସାଲୁଜା ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି।

ଆଜି ବଲାଙ୍ଗିର ଡିଆରଡିଏ କନଫରେନ୍ସ ହଲ୍‌ରେ ଜିଲ୍ଲା ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ମନ୍ତ୍ରୀ ଟୁକୁନି ସାହୁ, କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ସମସ୍ତଙ୍କ ସମ୍ମୁଖରେ ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ବିଧାୟକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ବିଜୁ କେବିକେ ଯୋଜନାରେ କଣ୍ଟାବାଂଜି ନିର୍ବାଚନୀ ମଣ୍ଡଳୀର ବ୍ଲକ୍‌ ଗୁଡ଼ିକୁ ଆସୁଥିବା ଅନୁଦାନ କାହିଁକି କଟାଯାଉଛି ବୋଲି ବିଧାୟକ ସାଲୁଜା ପ୍ରଶ୍ନ କରିଥିଲେ। ଜିଲ୍ଲାପାଳ ତା’ର ଜବାବ ଦିଅନ୍ତୁ ବୋଲି ସେ କହିଥିଲେ। ଏହା ସହିତ ଏମିତିକି ଟଙ୍କା କାଟିବା ପାଇଁ ଜିଲ୍ଲାପାଳଙ୍କର କ୍ଷମତା ଅଛି କି ବୋଲି ପଚାରିଥିଲେ। ବୈଠକ ସରିବା ପରେ ଏହି ବିଷୟରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ତେବେ ବିଧାୟକ ସନ୍ତୋଷ ସିଂହ ସାଲୁଜା ଚୁପ୍ ରହି ନଥିଲେ। ତେଣୁ ବିଧାୟକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ବେଶ୍‌ କିଛି ସମୟ କଥା କଟାକଟି ହୋଇଥିଲା।

ଏହି ଘଟଣା ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, “ବିଜୁ କେବିକେ ଯୋଜନାର ଗାଇଡଲାଇନକୁ ଜିଲ୍ଲାପାଳ ଉଲ୍ଲଙ୍ଘନ କରୁଛନ୍ତି। ସେ ନିଜ ଇଚ୍ଛାରେ ଅନୁସାରେ ସବୁ କରୁଛନ୍ତି। ଲୋକପ୍ରତିନିଧିଙ୍କୁ ଜିଲ୍ଲାପାଳ ଗୁରୁତ୍ୱ ଦେଉ ନାହାନ୍ତି। ଏଠି ଅଫିସର ଶାସନ ଚାଲିଛି। ବିଜୁ କେବିକେ ଯୋଜନା ଶେୟାରକୁ ଜିଲ୍ଲାପାଳ ବ୍ଲକ ଗୁଡ଼ିକୁ  ଠିକ୍‌ରେ  ଭାବରେ ଦେଉନାହାନ୍ତି। କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀରେ କମ୍‌ ସ୍କୁଲକୁ  ୫ଟି ଅଧୀନରେ ରଖାଯାଇଛି।” ଅନ୍ୟପକ୍ଷରେ ବିଧାୟକଙ୍କ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

nis-ad
Leave A Reply

Your email address will not be published.