ହକି ଉଦଘାଟନୀ ମହୋତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ…

କଟକ : ନବବଧୂ ବେଶରେ କଟକ । ବାରବାଟୀରେ ଚାଲିଛି ହକି ସେଲିବ୍ରେସନ । ଦୁଲୁକୁଛି ଐତିହାସିକ ବାରବାଟି ଷ୍ଟାଡିୟମ । ଖଚାଖଚ ଦର୍ଶକରେ ଭରିଛି ବାରବାଟୀ ଗ୍ୟାଲେରୀ । ତାରକାଙ୍କ ଗୀତ ଓ ନାଚରେ ଝୁମୁଛି କଟକ । ଆରମ୍ଭରୁ ଆଦିବାସୀ ନୃତ୍ୟର ଝଲକ ଦେଖିବାକୁ ମିଳିଥିଲା । ଡେମସା ସାଙ୍ଗକୁ ଡାଲଖାଇ ନାଚରେ ନାଚିଥିଲେ ସମସ୍ତେ ।

ଗୁରୁ ଅରୁଣା ମହାନ୍ତି ନଚାଇଲେ, ନମିତା ମେଲେକା ଗୀତରେ ଝୁମାଇଲେ । ଏହା ପରେପରେ ସ୍ନିତି ମିଶ୍ରଙ୍କ ଗୀତରେ ଝୁମିଲେ ଦର୍ଶକ । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଦେଶାତ୍ମବୋଧକ ନୃତ୍ୟରେ ଜାତୀୟତା ଭାବରେ ଶୀହରି ଉଠିଥିଲା ପୁରା ଷ୍ଟାଡିୟମ । ପରେ ମଞ୍ଚକୁ ଆସିଥିଲେ ରାପର ବିଗ ଦେଅଲ । ନିଜ ରାପ୍‌ ଗୀତରେ ଝୁଲାଇଥିଲେ ଦର୍ଶକଙ୍କୁ । ଏହାପରେ ମଞ୍ଚରେ ଚଲ ଛେୟାଁ ଛେୟାଁ ଗୀତରୁ ଆରମ୍ଭ କରିଥିଲେ ଋିତୁରାଜ ମହାନ୍ତି । ଋିତୁରାଜଙ୍କ ସଡାହକ ଏଥେ ରଖ୍‌ ଗୀତରେ ନାଚି ଉଠିଥିଲେ ଦର୍ଶକ । ପରେ ଧଡ଼କ ଧଡ଼କ ଗୀତରେ ଦର୍ଶକଙ୍କ ହୃଦୟ ଧଡ଼କି ଉଠିଥିଲା । ଶେଷକୁ ବନ୍ଦେ ମାତରାମ୍‌ ଗୀତରେ ଝୁମିଲେ ଦର୍ଶକ ।

ଏହାପରେ ମଞ୍ଚକୁ ଏଣ୍ଟ୍ରି ମାରିଥିଲେ ଚର୍ଚ୍ଚିତ ଯୋଡ଼ି ସବ୍ୟଅର୍ଚ୍ଚିତା । ଫିଲ ମାଇ ଲଭ ଗୀତରେ ଦର୍ଶକଙ୍କୁ ହକି ପ୍ରେମରେ ପକାଇ ଦେଇଥିଲେ । ଏହାସହ ବହୁ ଓଡ଼ିଆ ଆଲବମ ଗୀତରେ ନଚାଇଥିଲେ ଦର୍ଶକଙ୍କୁ । ଶେଷରେ ମଞ୍ଚକୁ ଆସିଥିଲେ ଲିଶା ମିଶ୍ର । ତାଙ୍କ ଗାଇଥିବା ପପୁଲାର ଗୀତରେ ଦର୍ଶକଙ୍କୁ ଝୁମାଇଥିଲେ ଲିଶା । ଲିଶାଙ୍କ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ମୋବାଇଲ ଫ୍ଲାସ ଲାଇଟରେ ଚମକି ଉଠିଥିଲା ବାରବାଟି । ତିଆରି କରିଥିଲା ନିର୍ମଳ ଆକାଶରେ ତାରକାର ଭ୍ରମ ।

nis-ad
Leave A Reply

Your email address will not be published.