ଶଙ୍କର ମିଶ୍ରାଙ୍କ ଜାମିନ ଆବେଦନ ଶୁଣାଣି, ରାୟ ସଂରକ୍ଷିତ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଗିରଫ ଶଙ୍କର ମିଶ୍ରାଙ୍କ ଜାମିନ ଆବେଦନ ଉପରେ ଆଜି ଦିଲ୍ଲୀର ଏକ କୋର୍ଟ ଶୁଣାଣି କରିଛନ୍ତି। ତେବେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ। ମହାନଗର ନିଗମ ମାଜିଷ୍ଟ୍ରେଟ କୋମଲ ଗର୍ଗ ଏହି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଯୌନ ଲାଳସା ଉଦ୍ଦେଶ୍ୟରେ ଅଭିଯୁକ୍ତ ଏଭଳି କାଣ୍ଡ କରିନଥିବା ଆବେଦନରେ କୁହାଯାଇଇଛି। ଗତ ନଭେମ୍ବର ମାସରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜିନେସ କ୍ଲାସରେ ଯାତ୍ରା କରୁଥିଲେ ଶଙ୍କର। ସେ ନିଶାଗ୍ରସ୍ତ ଅବସ୍ତରେ ଜଣେ ବୃଦ୍ଧା ମହିଳାଙ୍କ ଉପରେ ପରିସ୍ରା କରିଦେଇଥିଲେ। ଏହି ଘଟଣାକୁ ନେଇ ଡିଜିସିଏ ପକ୍ଷରୁ ଏୟାର ଇଣ୍ଡିଆକୁ ନୋଟିସ କରାଯାଇଥିଲା।

ପ୍ରଥମେ ତାଙ୍କ ଉପରେ ୩୦ ଦିନର ବ୍ୟାନ୍‌ ଲଗାଯାଇଥିଲା। ଏଥିସହ ଦିଲ୍ଲୀର ପାଲମ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରାଯାଇଥିଲା। ଘଟଣା ତୁମ୍ବିତୋଫାନକୁ ଦେଖି ଶଙ୍କର ଫେରାର ହୋଇଯାଇଥିଲେ। ଏପରିକି ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ ଜାରି କରାଯାଇଥିଲା। ଶଙ୍କର ମିଶ୍ରା ସଂପର୍କରେ ଏୟାର ଇଣ୍ଡିଆ ସବୁ ତଥ୍ୟ ସାର୍ବଜନୀନ କରିବା ପରେ ତାଙ୍କୁ ନିଯୁକ୍ତି ଦେଇଥିବା କମ୍ପାନି ୱେଲ୍ସ ଫାର୍ଗୋ ବହିଷ୍କାର କରିଥିଲା।ଶଙ୍କର ବେଙ୍ଗାଲୁରୁରେ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦିଲ୍ଲୀ ପୁଲିସର ଏକ ଦଳ ସେଠାରେ ପହଞ୍ଚି ଶଙ୍କରଙ୍କୁ ଗିରଫ କରିଥିଲା। ଶଙ୍କରକୁ ଦିଲ୍ଲୀ ପୁଲିସ ତରଫରୁ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ଅଭିଯୁକ୍ତକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

nis-ad
Leave A Reply

Your email address will not be published.