ଆମେରିକାରେ ସବୁ ବିମାନର ଉଡ଼ାଣ ବାତିଲ…

ନ୍ୟୁୟର୍କ : ଆମେରିକାରେ ଆଜି ଏପରି ଏକ ଘଟଣା ଘଟିଛି ଯାହାକି ପୂର୍ବରୁ କେବେ ଦେଖାଯାଇନଥିଲା । ଆମେରିକାର ସବୁ ବିମାନର ଉଡ଼ାଣ ରଦ୍ଦ କରିଦିଆଯାଇଛି । ତେବେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହୋଇଛି ?
ମିଳିଥିବା ସୂଚନା ଅନୁସାରେ ବିମାନବନ୍ଦର ଏବଂ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ କମ୍ପ୍ୟୁଟରରେ ହଠାତ୍ ବୈଷୟିକ ତ୍ରୁଟି ପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆମେରିକାର ସମସ୍ତ ବିମାନ ଉଡ଼ାଣ ସ୍ଥଗିତ ରଖାଯାଇଛି । ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ର କମ୍ପ୍ୟୁଟରରେ ଏକ ବୈଷୟିକ ତ୍ରୁଟି ରହିଛି, ଯାହା ପରେ ସମଗ୍ର ଆମେରିକାରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ଆମେରିକାର ବେସାମରିକ ବିମାନ ଚଳାଚଳ ୱେବସାଇଟ୍ ଅନୁଯାୟୀ, ପ୍ରାୟ ୪ ହଜାର ବିମାନର ଉଡ଼ାଣ ବାତିଲ ହୋଇଯାଇଛି କିମ୍ବା ବିଳମ୍ବ ହୋଇଛି । ଏହି କାରଣରୁ ଏୟାରପୋର୍ଟରେ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି ।
ବେସାମରିକ ବିମାନ ଚଳାଚଳ ସଂସ୍ଥା କହିଛି ଯେ ନୋଟାମ୍ (ନୋଟିସ ଟୁ ଏୟାର ମିସନ୍ସ) ସିଷ୍ଟମ ‘ବିଫଳ’ ହୋଇଯାଇଛି । ଏହା କେତେ କେବେ ଠିକ୍ ହେବ କେହି କହିପାରୁନାହାନ୍ତି । ଏହାକୁ ଶୀଘ୍ର ଠିକ୍ କରିବାକୁ ବିଶେଷଜ୍ଞମାନେ ପ୍ରୟାସ ଚଳାଇଛନ୍ତି ।

ସ୍ଥାନୀୟ ସମୟ ଅନୁଯାୟୀ, ସକାଳ ପ୍ରାୟ ସାଢେ ୫ଟା ସମୟରେ ଏହି ବୈଷୟିକ ତ୍ରୁଟି ସାମ୍ନାକୁ ଆସିଥିଲା । ତେବେ କେଉଁ କାରଣରୁ ଏପରି ତ୍ରୁଟି ଦେଖାଗଲା ତାହା କେହି କହିପାରୁନାହାନ୍ତି । ଏହା ସାଇବର ଆକ୍ରମଣ ବୋଲି ମଧ୍ୟ କେତେକ ସଂଦେହ କରୁଛନ୍ତି ।

nis-ad
Leave A Reply

Your email address will not be published.