ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୩ ର ସଫଳ ଆୟୋଜନ ଉଦ୍ଦେଶ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ-୨ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି ଉତ୍ସବ ଜାନୁଆରୀ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ ଠାରେ ଅୟୋଜନ କରାଯିବ । ଗୋଟିଏ ଯାଗାରେ ସମସ୍ତଙ୍କର ମନୋରଞ୍ଜନ ପାଇଁ ବ୍ୟବସ୍ଥା କରାଯିବା ସହିତ ପଡ଼ିଆ ଭିତରେ ଅନ୍ୟାନ୍ୟ ଷ୍ଟଲ ସହିତ ୩୦ ରୁ ୪୦ଟି କେବଳ ଫୁଡ୍ ଷ୍ଟଲ୍ର ବ୍ୟବସ୍ଥା କରାଯାଉଛି। ସେଥ୍ପାଇଁ ଆମ ଜିଲ୍ଲା ସହିତ ଅନ୍ୟ ଜିଲ୍ଲାରୁ ମଧ୍ୟ କିଛି ଦୋକାନୀଙ୍କୁ ସେଠାରେ ସ୍ଥାନ ଦିଆଯିବ ବୋଲି ସ୍ଥିର କରାଯାଇଛି । ଏହା ବ୍ୟତିତ ଫୁଲବାଣୀ ସହରର ଉଠାଦୋକାନୀ ମାନଙ୍କୁ ମଧ୍ୟ ପାଖ ବ୍ୟାଡମିଣ୍ଟନ ପଡ଼ିଆରେ ସ୍ଥାନ ଦିଆଯିବ ବୋଲି ସ୍ଥିର କରାଯାଇଛି । ଏତେଗୁଡ଼ିଏ ବ୍ୟବସ୍ଥା କରୋନେସନ ପଡ଼ିଆରେ ସମ୍ଭବ ହୋଇପାରିନଥାନ୍ତା। ସେଥିପାଇଁ ଅୟୋଜକ କମିଟି ଦ୍ବାରା ଚଳିତ ବର୍ଷ ଏହାକୁ କନ୍ଧମାଳ ଷ୍ଟାଡିୟମ ଠାରେ ଅୟୋଜନ କରାଯିବା ପାଇଁ ସ୍ଥିର କରାଗଲା ।ମହୋତ୍ସବକୁ ଆକର୍ଷଣୀୟ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କମିଟିର ଆବାହକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀଙ୍କ ସୂଚନାରୁ ଜଣାପଡ଼ିଛିଯେ, ଏହି ୫ ଦିନ ମଧ୍ୟରେ ପ୍ରାୟ ୬୦ଗୋଟି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାର ୧୨ ଗୋଟି ବ୍ଲକରୁ ପ୍ରାୟ ୨୭ଗୋଟି ସାଂସ୍କୃତିକ ଟୁପ୍ ଏଥିରେ ଅଂଶ ଗ୍ରହଣ କରିବେ । ୱନସରି ଏଜେନ୍ସି ସି.ଟି.ଏମ୍.ଏସ୍. ମାଧ୍ୟମରେ ସନ୍ଦିପ ମିଶ୍ରଙ୍କ ପଲ୍ଲଭି ଟୁପ୍ ଦ୍ଵାରା ମାଲଖମ୍ ,ଜଗଦୀଶ ପାଣିଗ୍ରାହୀଙ୍କ ବିଶ୍ବଜନନୀ କଳାପରିଷଦ ଟୁପ୍ ଦ୍ଵାରା ଆନିମଲ୍ ମାସ୍କ, ଭୀମସେନ ସାହୁଙ୍କ ମନୋରଞ୍ଜନ ସଂଗୀତ୍ ଟୁପ୍ ଦ୍ୱାରା ଘୁମ୍ରା, ଅର୍ଜନାଙ୍କ ଜୟ ଆଦିବାସୀ କିଶାନ ଝୁମାର ଟୁପ୍ ଦ୍ଵାରା ସାନ୍ତାଳି, ଗପତି ଭୁୟାଁଙ୍କ କାଠି ନାଚ, ମାଲକାନଗିରି ଟୁପ୍ ଦ୍ବାରା ରଣପା ନୃତ୍ୟ ପରିବେଷଣ କରାଯିବ । ସେହିପରି କଟକର ଓଡ଼ିଶି, ବରଗଡ଼ର ଦୁଲ୍ଦୁଲି, ଜଗତ୍ସିଂପୁରର ଘଣ୍ଟ ନୃତ୍ୟ, ଗଞ୍ଜାମର ଓଡ଼ିଶି ଡ୍ୟାନ୍ସ, କଳାହାଣ୍ଡିର ଘୁମୁରା ନୃତ୍ୟ, ରାୟଗଡ଼ାର ଗଦ(ଧେମ୍ସା), ସୋନ୍ପୁରର ସମ୍ବଲପୁରୀ, ମାଲକାନଗିରିର ଦୂରୁଆ, ନୟାଗଡ଼ର ବାଘ ନୃତ୍ୟ,ଝରସୁଗୁଡ଼ାର ରାଇ ଝାଇ ସମ୍ବଲପୁରୀ, ବାଲେଶ୍ଵରର ଚଢ଼େୟା ଚଢ଼େୟାଣୀ, ଖୋର୍ଦ୍ଧାର ପାଇକ ଆଖଡ଼ା, ପୁରୀର ମାହାରୀ ନୃତ୍ୟ, କେନ୍ଦ୍ରାପଡ଼ାର ଗଡ୍ ମେକର୍, ଭୁବନେଶ୍ବରର ଫାୟାର ଆର୍ଟ ମଧ୍ୟ ଦେଖିବାକୁ ମିଳିବ । ଓଡ଼ିଶା ବାହାରୁ ଅସୁଥିବା ଟିମ୍ ମଧ୍ୟରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତା ଦ୍ୱାରା ପ୍ରାୟୋଜିତ ଆସାମର ବିନ୍ଦୁ ଡ୍ୟାନ୍ସ, ୱେଷ୍ଟବେଙ୍ଗଲର ପୁରୁଲିଆ ଛଉ ଡ୍ୟାନ୍ସ, ମଣିପୁରର ମାର୍ଶିଆଲ ଡ୍ୟାନ୍ସ, ଓ ମଧ୍ୟପ୍ରଦେଶର ବଧାଇ ଡ୍ୟାନ୍ସ ଅନ୍ୟତମ।
ଅନ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ ଗୁଡ଼ିକ ପରିଚାଳନା କରୁଥିବା କମିଟିର ଆବାହକ ଶ୍ରୀମତୀ ଅନିତା କୁମାରୀ ସାହୁଙ୍କ ସୂଚନାରୁ ଜଣାପଡ଼ିଛିଯେ, ତା ୧୩.୦୧.୨୦୨୩ ରିଖ ଦିନ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ୦୨.୦୧.୨୦୧୩ ରୁ ୦୧.୦୧.୨୦୧୮ ମଧ୍ୟରେ ଜନ୍ମିତ ପିଲାମାନଙ୍କ ମଧ୍ୟରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା, ସେହି ସମୟ ସୀମା ମଧ୍ୟରେ ଜନ୍ମିତ ପିଲାମାନଙ୍କ ମଧ୍ୟରେ ସେହି ସ୍ଥାନରେ ଏବଂ ସେହି ଦିନ ଫ୍ୟାନ୍ସି ଡ୍ରେସ୍, ଏବଂ ସେହି ସମୟ ସୀମା ମଧ୍ୟରେ ଜନ୍ମିତ ପିଲାମାନଙ୍କ ମଧ୍ୟରେ ସେହି ସ୍ଥାନରେ ଏବଂ ସେହି ଦିନ ଏକକ ସଂଗୀତ (solo song) ପ୍ରତିଯୋଗିତା କରାଯିବ। ସେହିପରି ସିନିଅର୍ ଗ୍ରୁପ୍ ୦୨.୦୧.୨୦୦୮ରୁ ୦୧.୦୧.୨୦୧୨ ମଧ୍ୟରେ ଜନ୍ମିତ ପିଲାମାନଙ୍କ ମଧ୍ୟରେ ସେହି ସ୍ଥାନରେ ଏବଂ ସେହି ଦିନ ଏକକ ସଂଗୀତ (solo song) ପ୍ରତିଯୋଗିତା କରାଯିବ । ଡା. ୧୫.୦୧.୨୦୨୩ ରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସକାଳ ୯ଟା ରୁ ମଧ୍ୟାହ୍ନ୧୨ଟା ମଧ୍ୟରେ ୧୫ ବର୍ଷ ବୟସରୁ ଅଧିକ ମହିଳାମାନଙ୍କ ମଧ୍ୟରେ ଟ୍ରାଡିସ୍ନାଲ ରଙ୍ଗୋଲି ପ୍ରତିଯୋଗିତା ହେବ । ସେହି ଦିନ ଏବଂ ସେହି ସ୍ଥାନରେ ଅପରାହ୍ନ ୩ଟା ରୁ ୫ଟା ମଧ୍ୟରେ ୧୮ ବର୍ଷ ବୟସରୁ ଅଧିକ ମହିଳା ମାନଙ୍କ ମଧ୍ୟରେ ଚାଉଳ ସିଝା ମଣ୍ଡାପିଠା ଉପରେ ରୋଷେଇ ପ୍ରତିଯୋଗିତା କରାଯିବ । ସେହି ସ୍ଥାନରେ ୧୭ ତାରିଖ ଦିନ କନିଷ୍ଠ ବର୍ଗ ୦୨.୦୧.୨୦୧୩ ରୁ ୦୧.୦୧.୨୦୧୮ ମଧ୍ୟରେ ଜନ୍ମିତ ପିଲାମାନଙ୍କ ମଧ୍ୟରେ ଏକକ ନୃତ୍ୟ ଓ ବରିଷ୍ଠ ବର୍ଗ ୦୨.୦୧. ୨୦୦୮ରୁ ୦୧.୦୧.୨୦୧୨ ମଧ୍ୟରେ ଜନ୍ମିତ ପିଲାମାନଙ୍କ ମଧ୍ୟରେ ସେହି ସ୍ଥାନରେ ଏବଂ ସେହି ଦିନ ଏକକ ନୃତ୍ୟ ପ୍ରତିଯୋଗୀତା କରାଯିବ । ସେହି ସ୍ଥାନରେ ୧୮ ତାରିଖ ଦିନ ୧୮ ବର୍ଷ ବୟସରୁ ଅଧିକ ମହିଳାମାନଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା କରାଯିବ। ରୋଷେଇ ଓ ରଙ୍ଗୋଲି ପ୍ରତିଯୋଗିତାର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାମାନଙ୍କୁ ଯଥାକ୍ରମେ ୫ହଜାର, ୩ହଜାର ଓ ୨ ହଜାର ଟଙ୍କା ମିଳିବା ବେଳେ ଅନ୍ୟ ପ୍ରତିଯୋଗିତାର ବିଜେତା ମାନଙ୍କୁ ଟ୍ରଫି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.