ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଜୁନିୟର କ୍ଲର୍କ…

ରାଉରକେଲା : ଭିଜିଲାନ୍ସ ଜାଲରେ କିରାଣି। ରାଉରକେଲା ଗ୍ରାମ୍ୟ ପୂର୍ତ୍ତ ବିଭାଗ ଜୁନିୟର କ୍ଲର୍କ ନନ୍ଦୀ କିଶୋର ନାଥଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍‌। ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର ୬ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ। ଚଢାଉରେ ୩ଜଣ DSP,୯ଜଣ ଇନିସପେକ୍ଟର, ଜଣେ ଏସ୍‌ଆଇ ଓ ୨ଜଣ ASIଙ୍କ ସମେତ ଅନ୍ୟ ଭିଜିଲାନ୍‌ସ କର୍ମଚାରୀ ସାମିଲ ଅଛନ୍ତି।

ଆଜି ସକାଳୁ ସକାଳୁ ରାଉରକେଲା ପାନପୋଷ ନିକଟରେ ଥିବା ନନ୍ଦୀ କିଶୋରଙ୍କ ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଥିବା ଫ୍ଲାଟ, ବରଗଡ଼ରେ ଥିବା ପୈତୃକ ଘର, ରାଉରକେଲାରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଇଁଠାପଲ୍ଲୀରେ ଥିବା ଘର, ସମ୍ବଲପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଛି। ଏହି ଚଢ଼ାଉରେ ୩ ଡିଏସ୍‌ପି, ୯ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ୨ ଜଣ ଏଏସ୍‌ଆଇ ପ୍ରମୁଖ ସାମିଲ ହୋଇଛନ୍ତି। ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଏହି ଚଢ଼ାଉ ହେଉଛି।

nis-ad
Leave A Reply

Your email address will not be published.