ରାହୁଲ ଗାନ୍ଧି କହିଲେ ‘ସେ ରାହୁଲ ଗାନ୍ଧିଙ୍କୁ ମାରି ସାରିଛନ୍ତି’…

ଅମ୍ବାଲା: ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦେଇଥିବା ବୟାନ ଚର୍ଚ୍ଚାରେ ବିଷୟ ପାଲଟିଛି। ହରିଆଣାରେ ଭାରତ ଯୋଡ଼ୋ ଯାତ୍ରା କରିବା ବେଳେ ରାହୁଲ ଗାନ୍ଧି କହିଛନ୍ତି ଯେ ‘ସେ କେବେ ଠାରୁ ରାହୁଲ ଗାନ୍ଧିଙ୍କୁ ହତ୍ୟା କରି ସାରିଛନ୍ତି।’ ଏଥିସହ ସେ ନିଜର ଛବି ପ୍ରତି ଆଦୌ ଚିନ୍ତିତ ନୁହନ୍ତି ଓ ଭାରତ ଯୋଡ଼ୋ ଯାତ୍ରା କେବଳ ତାଙ୍କ ପାଇଁ ନୁହେଁ ବୋଲି ରାହୁଲ କହିଛନ୍ତି।
ଭାରତ ଯୋଡ଼ୋ ଯାତ୍ରା ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି, “ରାହୁଲ ଗାନ୍ଧି ଆପଣମାନଙ୍କ ମୁଣ୍ଡରେ ଅଛି। ମୁଁ ତାଙ୍କୁ ମାରି ସାରିଛି। ସେ ଆଉ ଏଠି ନାହିଁ। ମୋ ମୁଣ୍ଡରେ ଆଦୌ ରାହୁଲ ଗାନ୍ଧି ନାହିଁ। ସେ ଚାଲି ଯାଇଛି। ଚାଲିଯାଇଛି।”

ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ ଭାରତ ଯୋଡ଼ୋ ଯାତ୍ରା ରାହୁଲ ଗାନ୍ଧିଙ୍କ ଛବିକୁ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଛି? ଏହାର ଉତ୍ତରରେ ସେ କହିଛନ୍ତି, “ଆପଣମାନେ ଯେଉଁ ବ୍ୟକ୍ତିଙ୍କୁ ଏଠି ଚାହିଁଛନ୍ତି ସେ ରାହୁଲ ଗାନ୍ଧି ନୁହେଁ। ଆପଣ ତାଙ୍କୁ ଦେଖି ପାରିବେ। ହେଲେ ଆପଣ ଆଦୌ ବୁଝିପାରିବେ ନାହିଁ। ହିନ୍ଦୁ ଧର୍ମକୁ ପଢ଼ନ୍ତୁ। ଭଗବାନ ଶିବଙ୍କ ବିଷୟରେ ପଢ଼ନ୍ତୁ। ଆପଣମାନେ ସବୁ କିଛି ବୁଝି ପାରିବେ। ରାହୁଲ ଗାନ୍ଧି ଆପଣଙ୍କ ମୁଣ୍ଡରେ ଅଛି। ହେଲେ ମୋ ମୁଣ୍ଡରେ ନାହିଁ। ସେ ବିଜେପି ମୁଣ୍ଡରେ ରହିଛି। ମୋ ମୁଣ୍ଡରେ ନୁହେଁ।”

ଯେଉଁ ସାମ୍ବାଦିକ ରାହୁଲ ଗାନ୍ଧିଙ୍କୁ ଏ ପ୍ରଶ୍ନ ପଚାରିଥିଲେ, ତାଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ “ଆପଣ ଏତେ ଆଶ୍ଚର୍ଯ୍ୟ କାହିଁକି ହେଉଛନ୍ତି? ମୁଁ ଛବିକୁ ନେଇ କିଛି ଚିନ୍ତା କରୁନି। ମୋର ଛବି ବୃଦ୍ଧି କରିବାରେ କୌଣସି ପ୍ରକାରର ଇଚ୍ଛା ନାହିଁ। ଆପଣ ଭଲ କି ଖରାପ ଯାହା ଛବି ଦେଲେ ବି ଚଳିବ। ସେଥିରେ ମୋ କିଛି ବି ଫରକ ପଡ଼ିବ ନାହିଁ। ମୁଁ ମୋର କାମ କରିଚାଲିଛି।”
ନଭେମ୍ବର ମାସରେ ମଧ୍ୟ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ସହ ତାଙ୍କ ଛବିର କୌଣସି ଲିଙ୍କ ନଥିବା କହିଥିଲେ।

nis-ad
Leave A Reply

Your email address will not be published.