ମାତିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ, ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ଧସେଇ ପଶିଲେ…

ନୂଆଦିଲ୍ଲୀ: ବ୍ରାଜିଲରେ କ୍ଷମତା କନ୍ଦଳକୁ ନେଇ ଅରାଜତା ପରିସ୍ଥିତି। ମାତିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ। ରବିବାର ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ରାଷ୍ଟ୍ରପିତ ଭବନ ‘କଂଗ୍ରେସ’କୁ ଧସେଇ ପଶିବା ସହ ସୁପ୍ରିମକୋର୍ଟ ଭିତରକୁ ମଧ୍ୟ ବଳପୂର୍ବକ ପ୍ରବେଶ କରି ହିଂସାକାଣ୍ଡ ଘଟାଇଛନ୍ତି। ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କର ପ୍ରାୟ ୩୦୦୦ ସମର୍ଥକ ଦୁଇ ଭବନରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିବା ସହ ନାରାବାଜି କରିଛନ୍ତି। ଆକ୍ରମଣକୁ ପ୍ରତିହତ କରିବା ପାଇଁ ପୁଲିସ ପକ୍ଷରୁ ଟିଏର ଗ୍ୟାସ ଓ ଲାଠି ମାଡ଼ କାରାଯାଇଛି। ଏହି ଘଟଣାକୁ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା କଡ଼ା ନିନ୍ଦା କରିଛନ୍ତି।
ଗତ ବର୍ଷ ଏକ କଡ଼ା ପ୍ରତିଦ୍ୱନ୍ଦିତାରେ ଜାଇର୍‌ ବୋଲ୍‌ସୋନାରୋଙ୍କୁ ପରାସ୍ତ କରି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ନୂଆ ରାଷ୍ଟ୍ରପତି ଭାବେ ଚୟନ ହୋଇଥିଲେ। ତେବେ ପ୍ରତିପକ୍ଷ ନେତାଙ୍କ ସମର୍ଥକ ଏହାକୁ ହଜମ କରିନପାରି ପ୍ରତିହିଂସାପରାୟଣ ହୋଇପଡ଼ିଥିଲେ। ଆକ୍ରମଣ ଆଶଙ୍କାକୁ ନେଇ ବ୍ରାସିଲିଆରେ ଜାନୁଆରୀ ୩୧ ତାରିଖ ପାର୍ଯ୍ୟନ୍ତ ଫେଡରାଲ ସୁରକ୍ଷାକୁ କାଏମ ରଖିବାକୁ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ନିର୍ଦ୍ଦେଶ ଦେଇଥିଲେ। ତେବେ କ୍ଷମତା କନ୍ଦଳକୁ ନେଇ ପୂର୍ବତନ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ ଏବଂ ନଆ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭାଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।
ଲୁଲା ଅଳ୍ପ ଭୋଟ୍‌ରେ ବିଜୟୀ ହୋଇଥିବାରୁ ତାଙ୍କୁ ଶାସନ ଗାଦିରେ ବସାଇ ନଦେବାକୁ ଜାଇର୍‌ ବୋଲ୍‌ସୋନାରୋ ଲାଗିପଡ଼ିଥିଲେ। ଏଥିପାଇଁ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ସେନାର ହସ୍ତକ୍ଷେପ ଲୋଡ଼ି ବ୍ରାଜିଲ୍‌ସ୍ଥିତ ଆର୍ମି ବେସ୍‌ରେ ପ୍ରତିବାଦ ଚଳାଇଥିଲେ। ରବିବାର ହଜାର ହଜାର ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନରେ ଜୋରଜବରଦସ୍ତି ପ୍ରବେଶ କାରି ଗୋଟାଏ ପତାକା ଉତ୍ତୋଳନ କରିଥିଲେ। ପତାକାରେ ସେନାବାହିନୀକୁ ନିବେଦନ କରି ‘ହସ୍ତକ୍ଷେପ’ ଲେଖାଯାଇଛି। ଆନ୍ଦୋଳନକାରୀମାନେ କବାଟ ଓ ଝରକା ଭାଙ୍ଗି କଂଗ୍ରେସ ଭବନରେ ପ୍ରବଶେ କରିଛନ୍ତି। ସେହିପରି ସାଂସଦମାନଙ୍କର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଉଛି। ଘଟଣାରେ ବ୍ରାଜିଲ ପୁଲିସ ୩୦୦ଜଣଙ୍କୁ ଗିରଫ କରିଛି । ବିକ୍ଷୋଭକାରୀମାନେ ଗିରଫ ହେବା ପରେ ଧାଡ଼ି ହୋଇ କଂଗ୍ରେସରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଆକ୍ରମଣକୁ ନିନ୍ଦା କରି ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି । ସେ କହିଚନ୍ତି ଯେ, ବ୍ରାଜିଲର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକର ଆମର ସମ୍ପୂର୍ଣ୍ଣ ସମର୍ଥନ ରହିଛି ଏବଂ ବ୍ରାଜିଲର ଲୋକଙ୍କ ଇଚ୍ଛା କ୍ଷୁର୍ଣ୍ଣ ହେବା ଉଚିତ ନୁହେଁ। ବ୍ରାଜିଲର ଲୋକ ଏବଂ ଦେଶର ଅନୁଷ୍ଠାନଗୁଡ଼ିକର ଇଚ୍ଛାକୁ ସମ୍ମାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.