ଶ୍ରମିକ ନେତାଙ୍କୁ ଗୁଳି କରିବା ପରେ ଗଳାକାଟି ହତ୍ୟା…

ରାଞ୍ଚି: ଶ୍ରମିକ ନେତାଙ୍କୁ ଗୁଳି କରି ହତ୍ୟା। ଶନିବାର ଝାଡଖଣ୍ଡର ରାମଗଡ ଜିଲ୍ଲାର ରାଜରପ୍ପେ ପୁଲିସ ଷ୍ଟେସନ ଇଲାକାରେ ଜଣେ ଶ୍ରମିକ ସଂଗଠନର ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଜାତୀୟ କୋଲ ମଜଦୁର ୟୁନିଅନର ନେତା (ସିସିଏଲ) ରମେଶ ବିଶ୍ୱକର୍ମା। ଶନିବାର ରାତି ପ୍ରାୟ ୮ଟା୩୦ରେ ରମେଶ ବିଶ୍ୱକର୍ମା ସଂଘ କାର୍ଯ୍ୟାଳୟରେ ଏକ ବୈଠକ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଏହି ସମୟରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଚାରିଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ରମେଶ ବିଶ୍ୱକର୍ମାଙ୍କ ବିଷୟରେ ପଚାରିଥିଲେ।
ଯେତେବେଳେ ରମେଶ ସେମାନଙ୍କୁ ଭେଟିବାକୁ ବାହାରକୁ ଗଲେ, ଚାରିଜଣ ତାଙ୍କୁ ଏକ କୋଠରୀକୁ ନେଇଯାଇଥିଲେ । ସେଠାରେ ସେମାନେ ରମେଶଙ୍କ ଉପରକୁ ଲଗାତାର ଗୁଳି ଚଳାଇ ତାଙ୍କ ଗଳା କାଟି ଫେରାର ହୋଇଯାଇଥିଲେ। ରମେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରାମଗଡ ଏସଡିପିଓ କିଶୋର କୁମାର ଓ ଟିମ୍‌ ସେଠାରେ ପହଞ୍ଚି ଏକ ଦେଶୀ ପିସ୍ତଲ ଜବତ କରିଛନ୍ତି ।

ଏସଡିପିଓ କିଶୋର ରାଜକ କହିଛନ୍ତି, ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ଅପରାଧୀଙ୍କୁ ଶୀଘ୍ର ଗିରଫ କରାଯିବ । ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଛି।

nis-ad
Leave A Reply

Your email address will not be published.