ବିମାନରେ ପରିସ୍ରା ଘଟଣା: କ୍ଷମା ମାଗିଲେ ଏୟାର ଇଣ୍ଡିଆ ସିଇଓ, କାର୍ଯ୍ୟାନ୍ତର ହେଲେ ପାଇଲଟ ଓ କ୍ରୁ

ନୂଆଦିଲ୍ଲୀ: ବିମାନ ମଧ୍ୟରେ ମଦ୍ୟପ ଶଙ୍କର ମିଶ୍ରା ଜଣେ ମହିଳା ସହଯାତ୍ରୀଙ୍କ ପରିସ୍ରା କରିବା ଘଟଣାକୁ ନେଇ ବିବାଦ ଥମିବାର ନାଁ ଧରୁନି। ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା ପାଇଁ ଆଜି ଶଙ୍କର ମିଶ୍ରାଙ୍କୁ ପୁଲିସ୍‌ ଗିରଫ କରିଛି। ତଥାପି ବିବାଦ ବଢ଼ୁଥିବାରୁ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନ ଆଜି ପୂରା ଘଟଣା ପାଇଁ କ୍ଷମା ମାଗିଛନ୍ତି।
ଏଥିସହ ବିମାନ ସେବା କମ୍ପାନୀ ପରିସ୍ରା କରିବା ଘଟଣାକୁ ଆହୁରି ଭଲ ଭାବେ ହ୍ୟାଣ୍ଡେଲ କରି ପାରିଥାଆନ୍ତା। ଉଭୟ ଆକାଶ ପଥ ଓ ସ୍ଥଳ ଭାଗରେ ଘଟଣାକୁ କମ୍ପାନୀ କର୍ତ୍ତୃପକ୍ଷ ପକ୍ଷ ସମାଧାନ କରି ପାରିଥାଆନ୍ତେ ବୋଲି ସେ କହିଛନ୍ତି। ସେହିପରି ଘଟଣା ଦିନ ଏୟାର ଇଣ୍ଡିଆର ବିମାନ ଚଳାଉଥିବା ପାଇଲଟ ଓ ୪ ଜଣ କ୍ୟାବିନ କ୍ରୁ ସଦସ୍ୟଙ୍କୁ କମ୍ପାନୀ କାର୍ଯ୍ୟାନ୍ତର କରିଛି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।
ନଭେମ୍ବର ୨୬ରେ ଦିଲ୍ଲୀରୁ ନ୍ୟୁୟର୍କ ଆସୁଥିବା ବିମାନରେ ଶଙ୍କର ମିଶ୍ରା ମଦ ନିଶାରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏନେଇ ବୃଦ୍ଧା ଜଣଙ୍କ କ୍ୟାବିନ କ୍ରୁ ସଦସ୍ୟଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ।
ସେହିପରି ବିମାନ ଦିଲ୍ଲୀରେ ଅବତରଣ କରିବା ପରେ ଶଙ୍କର ମିଶ୍ରା ବିନା କୌଣସି ଭୟ ଓ ଶଙ୍କାରେ ନିଜର ଗନ୍ତବ୍ୟସ୍ଥଳକୁ ଚାଲି ଯାଇଥିଲେ। ସେହିପରି ଡିସେମ୍ବର ୬ରେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ‌ଏୟାର ଇଣ୍ଡିଆର ଆଉ ଗୋଟିଏ ବିମାନରେ ସମାନ ଘଟଣା ଘଟିଥିଲା। ଜଣେ ମଦ୍ୟପ ବ୍ୟକ୍ତି ତାଙ୍କ ମହିଳା ସହଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିଦେଇଥିଲେ। ଏହି ଘଟଣାରେ ମଧ୍ୟ ଏୟାର ଇଣ୍ଡିଆ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ଏହି ଦୁଇ ଘଟଣ ପରେ ଏୟାର ଇଣ୍ଡିଆ ସିଇଓ ତଥା ମ୍ୟାନେଜିଂ ଏଡିଟର ୱିଲସନ କହିଛନ୍ତି, “ବିମାନ ମଧ୍ୟରେ ଆମ ଗ୍ରାହକମାନେ ସହଯାତ୍ରୀଙ୍କ ଅଭଦ୍ର ଓ ଗ୍ରହଣୀୟ ହେଉ ନଥିବା ଆଚରଣ ଯୋଗୁ ଭୋଗିଥିବା ସମସ୍ୟାକୁ ନେଇ ଏୟାର ଇଣ୍ଡିଆ ବେଶ ଚିନ୍ତିତ। ଏହି ସବୁ ଘଟଣା ପାଇଁ ଆମେ ଦୁଃଖିତ ଓ ସେମାନେ ପାଇଥିବା ଅଭିଜ୍ଞତା ପାଇଁ ମର୍ମାହତ। ଏୟାରଲାଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ।

ନ୍ୟୁୟର୍କ ଓ ଦିଲ୍ଲୀ ମଧ୍ୟରେ ଯାତାୟାତ କରିଥିବା ଏଆଇ୧୦୨ର ଜଣେ ପାଇଲଟ ଓ ୪ ଜଣ କ୍ୟାବିନ କ୍ରୁ ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ତଦନ୍ତ ଚାଲିଥିବାରୁ ସେମାନଙ୍କୁ କାର୍ଯ୍ୟାନ୍ତର କରାଯାଇଛି। କ’ଣ ସବୁ ତ୍ରୁଟି ରହିଥିଲା ଓ ଘଟଣାକୁ ସମାଧାନ ପାଇଁ ପ୍ରୟାସ କରାଯାଇଥିଲା କି, ତା’ର ତଦନ୍ତ ଆଭ୍ୟନ୍ତରୀଣ କମିଟି କରିବ।”

nis-ad
Leave A Reply

Your email address will not be published.