କମିଶନରେଟ୍‌ ପୁଲିସ୍‌କୁ କେସ୍‌ ଡାଏରୀ ମାଗିଲେ ଓଡିଶା ହାଇକୋର୍ଟ…

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌କୁ କେସ୍‌ ଡାଏରୀ ମାଗିଲେ ଓଡିଶା ହାଇକୋର୍ଟ। ହନିଟ୍ରାପ୍‌ କୁଇନ୍ ଅର୍ଚ୍ଚନା ନାଗର ଜାମିନ ଆବେଦନ ପ୍ରସଙ୍ଗରେ କେସ୍‌ ଡାଏରୀ ଦାଖଲ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି କେସ୍ ଡାଏରୀକୁ ଅନୁଧ୍ୟାନ କରିବା ପରେ ଯାହା କିଛି ନିଷ୍ପତ୍ତି ହାଇକୋର୍ଟ ନେଇପାରନ୍ତି। ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ମାମଲାରେ ଜାମିନ ପାଇଁ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛି ଅର୍ଚ୍ଚନା। ସେଥିପାଇଁ କେସ୍‌ ଡାଏରୀ ଦାଖଲ ପାଇଁ ପୁଲିସକୁ ହାଇକୋର୍ଟ କହିଛନ୍ତି।

ସେପଟେ ବ୍ଲାକମେଲିଂ ଓ ଅମାପ ସମ୍ପତ୍ତି ଠୁଳ ମାମଲାରେ ଅର୍ଚ୍ଚନା ନାଗଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ। ଇଡି ତାଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ। ସେହି ସମୟରେ ତାଙ୍କୁ ଅର୍ଚ୍ଚନାଙ୍କ ଅର୍ଥନୈତିକ କାର ସମ୍ପର୍କରେ ଅନେକ ପ୍ରଶ୍ନ ପଚରାଯାଇଥିବା ଜଣାପଡ଼ିଛି। ସେହିପରି ଖଗେଶ୍ୱରଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମଧ୍ୟ ଇଡିରେ ହାଜର ହୋଇଥିଲେ।

ଇଡିରେ ହାଜର ହୋଇ ବାହାରିବା ପରେ ଅର୍ଚ୍ଚନାଙ୍କ ଚାଟା଼ର୍ଡ ଆକାଉଣ୍ଟାଣ୍ଟ କହିଛନ୍ତି, ୨୦୨୧ ମସିହାରେ ଆଦିତ୍ୟ ପ୍ରେଷ୍ଟିଜ ଆଗ୍ରୋ କମ୍ପାନୀ ଗଠନ କରିଥିଲେ ଅର୍ଚ୍ଚନା। ୧୦ ଲକ୍ଷ ଟଙ୍କା ମୂଳଧନରେ ଆରମ୍ଭ ହୋଇଥିଲା କମ୍ପାନୀ। ନୂଆ କାର ସୋ ରୁମ୍‌ ପାଇଁ କମ୍ପାନୀ ଗଠନ ହୋଇଥିଲା। କିନ୍ତୁ ସେଥିରେ କିଛି ଆର୍ଥିକ କାରବାର ହୋଇ ନଥିବା ଅର୍ଚ୍ଚନାଙ୍କ ଚାଟା଼ର୍ଡ ଆକାଉଣ୍ଟାଣ୍ଟ କହିଛନ୍ତି। ଏବେ ରେଜିଷ୍ଟ୍ରାର ଅଫ୍‌ କମ୍ପାନୀ ଏହାକୁ ବନ୍ଦ କରି ଦେଇଥିବା ସେ କହିଛନ୍ତି।

nis-ad
Leave A Reply

Your email address will not be published.