ଦୁଷ୍କର୍ମକାରୀ, ଗ୍ୟାଙ୍ଗଷ୍ଟରଙ୍କୁ ଲଣ୍ଡା କରି ବଜାରରେ ବୁଲାଯିବା ଉଚିତ୍ : ଗେହଲୋଟ୍…

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅପରାଧୀମାନଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ଗୁରୁବାର ଦିନ ଗେହଲଟ କହିଛନ୍ତି ଯେ ଯଦି ମୋ ହାତରେ ଥାଆନ୍ତା, ତେବେ ମୁଁ ବଳାତ୍କାରୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ କେଶ କାଟି ଦେବି ଏବଂ ଲଣ୍ଡାକରି ବଜାରରେ ବୁଲାଇବି । “ମୁଁ ମଧ୍ୟ ଏହା କରିବାକୁ ଚାହୁଁଛି ଯାହା ଦ୍ୱାରା ସେମାନଙ୍କ ପରି ଅନ୍ୟ ଅପରାଧୀମାନେ ମଧ୍ୟରେ ଭୟ ଜାତ ହେବ । ସମସ୍ତେ ଯେପରି ଜାଣିବେ ଯେ ସେ ଜଣେ ଦୁଷ୍କର୍ମକାରୀ ବୋଲି ।
ଦୁର୍ନୀତି ଓ ଦୁଷ୍କର୍ମ ଅଭିଯୁକ୍ତମାନେ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ହାତକଡ଼ି ପକାଯାଇପାରିବ ନାହିଁ ଓ ସର୍ବସାଧାରଣରେ ଚଲାଇ ନିଆଯାଇପାରିବ ନାହିଁ ଓ ସେମାନଙ୍କ ହାତ ଧରି ପୁଲିସ ନେଇପାରିବ ବୋଲି ରାଜ୍ୟ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି)ର ନିର୍ଦେଶ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗେହଲୋଟ୍ ଏକଥା କହିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ସରକାର ଦୁର୍ନୀତି ଓ ଦୁରାଚାର ପ୍ରତି ଶୂନ୍ୟ ସହନଶୀଳତା ରଖୁଛନ୍ତି । ଆବଶ୍ୟକ ପଡ଼ିଲେ ଦୁର୍ନୀତି ନିବାରଣ ବିଭାଗକୁ ଦିଆଯାଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର କରିନିଆଯିବ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସିବି ପକ୍ଷରୁ ଏପରି ନିର୍ଦେଶ ଜାରି କରାଯାଇଛି । ଏ ସଂପର୍କରେ ଗେହଲୋଟ କହିଛନ୍ତି ଅପରାଧୀକୁ ହାତକଡ଼ି ପକାଇଲେ ସେ ଅନୁତାପ କରିବ ।

nis-ad
Leave A Reply

Your email address will not be published.