ପଶ୍ଚିମବଙ୍ଗ ରାଜ୍ୟପାଳ ସି. ଭି. ଆନନ୍ଦ ବୋଷଙ୍କ ନିମନ୍ତେ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା…

କୋଲ୍‌କାତା: ଜୀବନ ପ୍ରତି ବିପଦ ଅଛି ବୋଲି ଗୁଇନ୍ଦା ଏଜେନ୍‌ସିମାନଙ୍କ ଆକଳନକୁ ଆଧାର କରି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ପଶ୍ଚିମବଙ୍ଗର ରାଜ୍ୟପାଳ ସି. ଭି. ଆନନ୍ଦ ବୋଷଙ୍କୁ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ଯୋଗାଇ ଦେଇଛି।

ଏହି ବ୍ୟବସ୍ଥା ଅନୁସାରେ, ସମଗ୍ର ଦେଶରେ ‘ରିଜର୍ଭ ପୋଲିସ୍‌ ଫୋର୍ସ’ (ସିଆର୍‌ପିଏଫ୍‌) କମାଣ୍ଡୋମାନେ ସି. ଭି. ଆନନ୍ଦ ବୋଷଙ୍କୁ ସୁରକ୍ଷା ଯୋଗାଇ ଦେବେ।

ପ୍ରାପ୍ତ ସୂଚନା ଅନୁସାରେ, ପଶ୍ଚିମବଙ୍ଗର ରାଜ୍ୟପାଳ ହେବା ପୂର୍ବରୁ ସି. ଭି. ଆନନ୍ଦ ବୋଷ ରାଜ୍ୟରେ ସଂଘଠିତ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣା ତଦନ୍ତ କମିଟିର ସଦସ୍ୟ ଥିଲେ।

ଉଲ୍ଲେଖଯୋଗ୍ୟ, କୌଣସି ବିଶିଷ୍ଟ ବ୍ୟକ୍ତି ଯଥା:- ‘ଭିଆଇପି’ ଏବଂ ‘ଭିଭିଆଇପି’, କ୍ରୀଡ଼ାବିତ୍‌, ମନୋରଞ୍ଜନକାରୀ ଏବଂ ଉଚ୍ଚସ୍ତରୀୟ ରାଜନୈତିକ ବ୍ୟକ୍ତିତ୍ବଙ୍କ ଜୀବନ ପ୍ରତି ଥିବା ସମ୍ଭାବ୍ୟ ବିପଦର ସମୀକ୍ଷା କରାଯାଇ ସେହି ଅନୁସାରେ ସୁରକ୍ଷା ଯୋଗାଇ ଦିଆଯାଏ। ଏଥିପାଇଁ ୫ଟି ବର୍ଗର ସୁରକ୍ଷା ବ୍ୟବସ୍ଥା ରହିଛି। ସେଗୁଡ଼ିକ ହେଲା, ‘ଏକ୍ସ୍‌’, ‘ୱାଇ’, ‌‘ଜେଡ୍‌’, ‘ଜେଡ୍‌ ପ୍ଲସ୍‌’, ‘ଏସ୍‌ପିଜି’ ଏବଂ ଆହୁରି କିଛି ସୁରକ୍ଷା ବ୍ୟବସ୍ଥା।

କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସୁରକ୍ଷା ମଧ୍ୟରେ ‘ଜେଡ୍‌ ପ୍ଲସ୍’ ହେଉଛି ସବୁଠୁ ଉନ୍ନତ। ଏହି ବ୍ୟବସ୍ଥା ଅନୁସାରେ, ବିପଦର ପରିସ୍ଥିତିକୁ ଅନୁଧ୍ୟାନ କରାଯାଇ ସୁରକ୍ଷା ପ୍ରଦତ୍ତ ହୋଇଥିବା ବ୍ୟକ୍ତିଙ୍କୁ ପାଳି କରି ୩୫ରୁ ୪୦ଜଣ କମାଣ୍ଡୋ ରହିବେ।

nis-ad
Leave A Reply

Your email address will not be published.