ସାଂଘାଇରେ ସାଂଘାତିକ ସ୍ଥିତି: ୭୦% ସଂକ୍ରମିତ

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ସଂକ୍ରମଣ ଅତି ଭୟଙ୍କର ଭାବେ ମାଡ଼ି ଚାଲିଛି। ଚୀନ୍‌ ସରକାର ଏନେଇ କୌଣସି ତଥ୍ୟ ଦେଉନାହାନ୍ତି। କିନ୍ତୁ ଚୀନ୍‌ର ଶୀର୍ଷ ଡାକ୍ତରମାନେ ଚୀନ୍‌ରେ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ଦେଇଥିବା ସୂଚନା ଅନୁଯାୟୀ ସାଂଘାଇରେ ସାଂଘାତିକ ସ୍ଥିତି ଉପୁଜିଛି। ସାଂଘାଇର ଏକ ଶୀର୍ଷ ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ସାଂଘାଇ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ କ‌ରୋନା ସଂକ୍ରମିତ ହୋଇ ସାରିଛନ୍ତି। ସାଂଘାଇ କୋଭିଡ୍‌ ବିଶେଷଜ୍ଞ ଉପଦେଷ୍ଟା କମିଟିର ସଦସ୍ୟ ଏବଂ ରୁଜିନ ହସ୍ପିଟାଲର ଉପସଭାପତି ଚେନ ଏଝେନଙ୍କ ଆକଳନ ଅନୁଯାୟୀ ସହରର ୨୫ ନିୟୁତ ଜନସଂଖ୍ୟାଙ୍କ ମଧ୍ୟରୁ ମାତ୍ରାଧିକ ଲୋକ ସଂକ୍ରମିତ। ସାଂଘାଇରେ ୭୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଉଛି।

ଏପ୍ରିଲ ଏବଂ ମେ’ ମାସରେ ସାଂଘାଇରେ ଲକ୍‌ଡାଉନ୍‌ ସତ୍ତ୍ବେ ସଂକ୍ରମଣ ମାମଲା ୬ ଲକ୍ଷ ଉପରେ ଥିଲା। କିନ୍ତୁ ଏପ୍ରିଲ ମେ’ ମାସ ତୁଳନାରେ ସାଂଘାଇରେ ଏବେ ୨୦ରୁ ୩୦ ଗୁଣା ଅଧିକ ସଂକ୍ରମଣ ଚିହ୍ନଟ ହେଉଛି। ଓମିକ୍ରନ୍‌ ପ୍ରଜାତି ପାଇଁ ସଂକ୍ରମଣ ଅତି ଭୟଙ୍କର ଭାବେ ବଢ଼ୁଛି। ସାଂଘାଇ ହସ୍ପିଟାଲକୁ ଏବେ ଦୈନିକ ୧୬୦୦ରୁ ଅଧିକ ଏମର୍ଜେନ୍ସି ରୋଗୀ ଆସୁଛନ୍ତି। ୬୫ରୁ ଊର୍ଦ୍ଧ୍ବ ବୟସର ଲୋକମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଚୀନ୍‌ରେ ଅନ୍ୟ ପ୍ରମୁଖ ସହର ଗୁଡ଼ିକରେ ମଧ୍ୟ ସଂକ୍ରମଣ ଅତି ଭୟଙ୍କର ଭାବେ ବଢ଼ୁଛି।

nis-ad
Leave A Reply

Your email address will not be published.