ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ, ମହିଳାଙ୍କ ଉପରେ ପରିସ୍ରା କଲେ ମଦ୍ୟପ ବ୍ୟକ୍ତି

ଏୟାର ଇଣ୍ଡିଆ ବିମାନରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏୟାର ଇଣ୍ଡିଆର ବିଜନେସ କ୍ଲାସରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ନିଶାସକ୍ତ ବ୍ୟକ୍ତି ପରିସ୍ରା କରିଥିଲେ । ଆମେରିକାରୁ ଦିଲ୍ଲୀ ଆସୁଥିବା ବିମାନରେ ନିଶାରେ ଚୁର ଥିବା ୭୦ ବର୍ଷୀୟ ବ୍ୟକ୍ତି ଜଣକ ମହିଳାଙ୍କ ଉପରେ ପରିସ୍ରା କରିଥିଲେ । ଏହି ମାମଲାରେ ବେସାମରିକ ବିମାନ ଚଳାଚଳ ଏବଂ ଏୟାର ଇଣ୍ଡିଆର ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । DGCA କହିଛି କି, ଆମେ ବିମାନ କମ୍ପାନୀ ଟାରୁ ରିପୋର୍ଟ ମାଗିଛୁ ଏବଂ ଅବହେଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ସୂଚନା ମୁତାବକ; ନଭେମ୍ବର ୨୬, ୨୦୨୨ ରେ ଜଣେ ମଦ୍ୟପ ବ୍ୟକ୍ତି ଏୟାର ଇଣ୍ଡିଆର ବିଜନେସ କ୍ଲାସରେ ଜଣେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ନଭେମ୍ବର ୨୬ ରେ ଘଟିଥିବା ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆ ପୋଲିସ ନିକଟରେ ଅଭିଯୋଗ କରିଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ, ବିମାନଟି ଜେଏଫକେ (ଆମେରିକା) ରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଏହି ଘଟଣା ଘଟିଛି।

ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାରେ ଏୟାର ଇଣ୍ଡିଆ ଏକ କମିଟି ଗଠନ କରିଛି ଏବଂ ପୁରୁଷ ଯାତ୍ରୀଙ୍କୁ ‘ନୋ-ଫ୍ଲାଏ ତାଲିକାରେ’ ରଖିବାକୁ ପରାମର୍ଶ ଦେଇଛି।

ଆମେରିକାରୁ ଦିଲ୍ଲୀକୁ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ବୃଦ୍ଧ ମହିଳା କ୍ୟାବିନ କ୍ରୁଙ୍କୁ ଏ ବିଷୟରେ କହିଥିଲେ, ତଥାପି ବ୍ୟକ୍ତି ଜଣକୁ ନ ଧରି କିଛି ପଚରାଯାଇନଥିଲା। ସେହି ବ୍ୟକ୍ତି ଜଣକ ସହଜରେ ବିମାନବନ୍ଦର ଛାଡିଥିଲେ। ମହିଳା ଜଣକ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କୁ ଏକ ଚିଠି ଲେଖିବା ପରେ ମାମଲାର ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା।

ବୃଦ୍ଧ ମହିଳା ତାଙ୍କ ଚିଠିରେ ଲେଖିଥିଲେ, କ୍ୟାବିନ କ୍ରୁମାନେ ଏପରି ଯନ୍ତ୍ରଣାଦାୟକ ତଥା ସମ୍ବେଦନଶୀଳ ପରିସ୍ଥିତିର ମୁକାବିଲା କରିବାରେ ସକ୍ରିୟ ନୁହନ୍ତି । ମହିଳା ଜଣକ କହିଛନ୍ତି, “କ୍ରୁଙ୍କ ଠାରୁ ପ୍ରତିକ୍ରିୟା ପାଇବା ପାଇଁ ମୋତେ ବହୁତ ସମୟ ଅପେକ୍ଷା କରିବାକୁ ପଡୁଥିଲା ଏବଂ ସେମାନଙ୍କ ସାମ୍ନାରେ ମୋର କଥା କହିବାକୁ ପଡିଥିଲା । ଏହି ଘଟଣା ସମୟରେ ଏୟାରଲାଇନ୍ସ ମୋର ସୁରକ୍ଷା ବଜାୟ ରଖିବା ପାଇଁ କୌଣସି ପଦକ୍ଷେପ ନେବାକୁ ଚେଷ୍ଟା କରିନଥିଲା ।

nis-ad
Leave A Reply

Your email address will not be published.