ସିନେମା ହଲ ଭିତରକୁ ବାହାର ଖାଦ୍ୟ ପ୍ରବେଶ ନେଇ ହଲ ମାଲିକଙ୍କ ନିଷ୍ପତ୍ତି ବୈଧ

ନୂଆଦିଲ୍ଲୀ: ସିନେମା ହଲରେ ବାହାର ଖାଦ୍ୟକୁ ବାରଣ ପ୍ରତିବାଦରେ ଏକ ମାମଲା ସୁପ୍ରିମକୋର୍ଟରେ ରୁଜୁ ହୋଇଥିଲା। ଆଜି ଏହି ମାମଲାରେ ଶୁଣାଣି ବେଳେ ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆମେ କଣ ହଲ ଭିତରକୁ ଜଲେବି ନେଇପାରିବୁ। ସୁପ୍ରିମକୋର୍ଟ କହିଛନ୍ତି ଯେ, ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି। ତେଣୁ ହଲ ଭିତରେ ଯାହା କିଛି ନିୟମକାନୁନ ଜାରି ହେବା ଏହା ସେମାନଙ୍କର ଇଚ୍ଛାଧୀନବ୍ୟାପାର। ବାହାର ଖାଦ୍ୟକୁ ଭିତରକୁ ପ୍ରବେଶ ନେଇ ହଲ ମାଲିକଙ୍କ ନିଷ୍ପତ୍ତି ବୈଧ । ସିନେମା ହଲ ଏକ ଜିମ ନୁହେଁ ଯେଉଁଠାରେ ଆପଣ ପୁଷ୍ଟିକର ଖାଦ୍ୟ ପାଇବେ । ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦାଖଲ ହୋଇଥିବା ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ଆଦେଶକୁ ଅଗ୍ରାହ୍ୟ କରିଛନ୍ତି। ଏହି ନିର୍ଦ୍ଦେଶରେ ହାଇକୋର୍ଟ ହଲକୁ ବାହାରକୁ ଖାଦ୍ୟ ଓ ପାନୀୟ ନେବାକୁ ଅନୁମତି ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଅନ୍ୟାୟ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଏହି ନିର୍ଦ୍ଦେଶ ଦେବାବେଳେ ହାଇକୋର୍ଟ ନିଜର ଅଧିକାରର ଉଲ୍ଲଂଘନ କରିଛନ୍ତି।
ଜମ୍ମୁ-କଶ୍ମୀର ସିନେମା ହଲ ମାଲିକ ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଛି। ଏହି ମାମଲା ଜମ୍ମୁ-କଶ୍ମୀରର ଏକ ସିନେମା ହଲରେ ବାହାରୁ ଆଣାଯାଉଥିବା ଖାଦ୍ୟ ଉପରେ ନିଷେଧାଦେଶ ସହ ଜଡିତ। ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଶୁଣାଣି ସମୟରେ ଏଭଳି କହିଛନ୍ତି।
ପ୍ରଧାନ ବିଚାରପତି କହିଛନ୍ତି ଯେ ଯଦି କେହି ଜଲେବି ଅବା ମୁର୍ଗ ମସଲମ ସିନେମା ହଲକୁ ନେବାକୁ ଚାହାଁନ୍ତି, ତେବେ ସିନେମା ହଲ ମ୍ୟାନେଜମେଣ୍ଟ ତାଙ୍କୁ ମନା କରିପାରେ। ଯଦି ଦର୍ଶକ ଏସବୁ ଖାଇବା ପରେ ସିଟରେ ହାତ ପୋଛନ୍ତି ତେବେ ସଫା କରିବା ପାଇଁ ଖର୍ଚ୍ଚ କିଏ ଦେବେ? । ଏସବୁ ଯୋଗୁ ସିଟ ନଷ୍ଟ ହେଉଥିବା ସିନେମା ହଲ ମ୍ୟାନେଜମେଣ୍ଟ ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି। ଲୋକମାନେ ମୁର୍ଗ ମସଲମ ଆଣୁଛନ୍ତି। ପରେ ହାଡ଼ ହଲରେ ପକାଇଛନ୍ତି। କିଛି ଲୋକ ଏହାଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ପ୍ରଧାନ ବିଚାରପତି କହିଛନ୍ତି ଯେ ଯେତେବେଳେ ରାତି ୧୧ ଟା ପରେ ଟିଭିରେ କିଛି ସ୍ବତନ୍ତ୍ର ବର୍ଗର ଚଳଚ୍ଚିତ୍ର ଟେଲି ପ୍ରସାରଣ ପାଇଁ ଏକ ନିୟମ କରାଯାଇଥିଲା, ସେତେବେଳେ ଏହାର ଉଦ୍ଦେଶ୍ୟ ଥିଲା ଯେ ପିଲାମାନେ ଶୋଇବା ପରେ ବୟସ୍କମାନେ ସେହି ଚଳଚ୍ଚିତ୍ର ଦେଖିପାରିବେ। କିନ୍ତୁ ଅନେକ ଲୋକ ମଧ୍ୟ ଏହାକୁ ବିରୋଧ କରିଥିଲେ। ସେ କହିଥଲେ ଯେ ବିଳମ୍ବିତ ରାତିରେ ବୟସ୍କମାନେ ଖାଇବା ପିଇବା ପରେ ଶୋଇଥାନ୍ତି। କେବଳ ପିଲାମାନେ ଜାଗ୍ରତ ରୁହନ୍ତି। ତେଣୁ, ବୟସ୍କମାନଙ୍କ ଚଳଚ୍ଚିତ୍ର ସେହି ସମୟରେ ଦେଖାଯିବା ଉଚିତ ନୁହେଁ ବୋଲି ଅଭିଯୋଗ ହୋଇଥିଲା।
୨୦୧୮ଜୁଲାଇ ୧୮ ରେ ଜମ୍ମୁ- କଶ୍ମୀର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦୁଇଜଣ ଆଇନଜୀବୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସିନେମା ହଲକୁ ବାହାରେ ଖାଦ୍ୟ ସାମଗ୍ରୀ ନେବାକୁ ବାରଣ କରାଯାଇ ନୋଟିସ କରାଯାଇଥିଲା।

nis-ad
Leave A Reply

Your email address will not be published.