ବଲାଙ୍ଗିର: ପ୍ରେମିକା ଘର ଆଗରୁ ପ୍ରେମିକର ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ସଦର ଥାନା ଦୁଆନପାଲି ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ କୁମପଥର ଗାଁର ଗାନ୍ଧି ସାଣ୍ଢ ।
ନୂଆବର୍ଷରେ ପ୍ରେମିକାଙ୍କୁ ଭେଟିବା ପାଇଁ ତାଙ୍କ ଗାଁକୁ ଆସିଥିଲେ । ପ୍ରେମିକା ଘର ଆଗରେ ଆତ୍ମହତ୍ୟା କରିଥିବା କହିଛନ୍ତି ଗାଁ ଲୋକ । ସେହିପରି ନିଜେ ଛୁରି ଭୁସି ଆତ୍ମହତ୍ୟା କରିଥିବା ଝିଅର ବାପା କହିଛନ୍ତି । ଏହା ଆତ୍ମହତ୍ୟା ନା ହତ୍ୟା ? ଏକତରଫା ପ୍ରେମରୁ ଜୀବନ ହାରିଲେ କି ଯୁବକ ? ଅଧିକ ଖୋଳତାଡ କରୁଛି ବଲାଙ୍ଗିର ସଦର ଥାନା ପୋଲିସ ।