ଭାରତ ସରକାରଙ୍କୁ କ୍ଷମା ମାଗିଲା ହ୍ଵାଟ୍ସଆପ…

ନୂଆଦିଲ୍ଲୀ: ହ୍ବାଟ୍ସଆପ ପକ୍ଷରୁ କରାଯାଇଥିବା ଏକ ଟ୍ବିଟରେ ଭାରତର ଭୁଲ ମାନଚିତ୍ର ଦର୍ଶାଯାଇଥିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ମନ୍ତ୍ରୀ କଡା ତାଗିଦ କରିବା ପରେ ହ୍ଵାଟ୍ସଆପ କ୍ଷମା ମାଗିଛି। ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ଯେ ଅଜାଣତରେ ହୋଇଥିବା ଭୁଲ ପାଇଁ କ୍ଷମା ମାଗୁଛି ଏବଂ ଭବିଷ୍ୟତରେ ଏନେଇ ସତର୍କ ରହିବ ବୋଲି ହ୍ଵାଟ୍ସଆପ କହିଛି। ବାସ୍ତବରେ, ମେଟା ମାଲିକାନା ମେସେଜିଂ ଆପ୍ ହ୍ଵାଟ୍ସଆପ ଏହାର ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିଥିଲା ​​ଯେଉଁଥିରେ ଭାରତର ମାନଚିତ୍ର ଭୁଲ ଭାବରେ ଦେଖାଯାଇଥିଲା। ଭିଡିଓରେ ଭାରତର ମାନଚିତ୍ରରେ ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ଚୀନ୍ ଦ୍ୱାରା ଦାବି କରାଯାଉଥିବା କିଛି ଭାରତୀୟ ଅଞ୍ଚଳକୁ ଛାଡି ଦିଆଯାଇଥିଲା ।

ଏହାକୁ ଦେଖି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ହ୍ଵାଟ୍ସଆପର ଏହି କାର୍ଯ୍ୟ ପାଇଁ ହ୍ଵାଟ୍ସଆପକୁ ତାଗିଦ୍ କରି ଭିଡିଓ ଠିକ୍ କରିବାକୁ କହିଥିଲେ। ଏହି ଗ୍ରାଫିକ୍ସ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରାଜୀବ ଚନ୍ଦ୍ରଶେଖର ଏକ ଟ୍ୱିଟରେ କହିଥିଲେ ଯେ ଭାରତରେ ନିଜର ବ୍ୟବସାୟ ଚଳାଇବାକୁ ଚାହୁଁଥିବା କିମ୍ବା ଭାରତରେ ନିଜର ବ୍ୟବସାୟକୁ ଆହୁରି ବିସ୍ତାର କରିବାକୁ ଚାହୁଁଥିବା ଯେକୌଣସି ପ୍ଲାଟଫର୍ମ ଏପରି ଭୁଲ କରିବାରୁ ଦୂରେଇ ରହିବା ଉଚିତ୍ । ଏବଂ ସର୍ବଦା ଭାରତର ସଠିକ୍ ମାନଚିତ୍ର ବ୍ୟବହାର କରନ୍ତୁ | ଏହି ଟ୍ୱିଟରେ ଚନ୍ଦ୍ରଶେଖର ‘ମେଟା’କୁ ମଧ୍ୟ ଟ୍ୟାଗ୍ କରିଥିଲେ । କାରଣ ମେଟା (ପୂର୍ବର ଫେସବୁକ) ହେଉଛି ହ୍ବାଟ୍ସଆପର ମୂଳ କମ୍ପାନି । ଏହାପୂର୍ବରୁ ମନ୍ତ୍ରୀ ଜୁମର ସିଇଓ ଏରିକ ୟୁଆନଙ୍କୁ ମଧ୍ୟ ଭାରତର ଭୁଲ ମାନଚିତ୍ର ସେୟାର କରିବା ନେଇ ତାଗିଦ ରଖିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟରେ ହ୍ଵାଟ୍ସଆପ ଟୁଇଟ୍ କରି ଭୁଲ୍ ସଂଶୋଧନ କରିଛି। ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ଯେ ଅଜାଣତରେ ହୋଇଥିବା ତ୍ରୁଟି ଦର୍ଶାଇଥିବାରୁ ଧନ୍ୟବାଦ। ଆମେ ତୁରନ୍ତ ଭିଡିଓ ଅପସାରଣ କରିଛୁ, ଆମକୁ କ୍ଷମା କରିଦିଅନ୍ତୁ। ଭବିଷ୍ୟତରେ ଆମେ ଧ୍ୟାନ ରଖିବୁ।

nis-ad
Leave A Reply

Your email address will not be published.