ବୌଦ୍ଧ ଧର୍ମକୁ ଧ୍ୱଂସ କରିବାକୁ ଯାଇ ଚାଇନା ବିଫଳ ହୋଇଛି : ଦଲାଇଲାମା…

ବୋଧଗୟା: ଚାଇନା ବୌଦ୍ଧ ଧର୍ମକୁ ନଷ୍ଟ କରିବାକୁ ଉଦ୍ୟମ କରୁଛି। କିନ୍ତୁ ଏହି ପ୍ରୟାସରେ ଚାଇନା ବିଫଳ ହୋଇଛି। କାରଣ ଏହି ଦେଶରେ ବହୁ ଲୋକେ ବୌଦ୍ଧ ଧର୍ମ ଉପରେ ବିଶ୍ୱାସ କରୁଛନ୍ତି। ତିବତ୍ତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା ବୋଧଗୟା ଠାରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଯେତେବେଳେ ହିମାଳୟର ଟ୍ରାନ୍ସ ଅଞ୍ଚଳକୁ ପରିଦର୍ଶନରେ ଯାଏ, ସେଠାରେ ସ୍ଥାନୀୟ ଲୋକମାନଙ୍କୁ ବୌଦ୍ଧ ଧର୍ମପ୍ରତି ଆକର୍ଷିତ ଦେଖିଛି। ମଙ୍ଗୋଲିଆ ଏବଂ ଚାଇନାରେ ମଧ୍ୟ ସମାନ ସ୍ଥିତି। କିନ୍ତୁ ଚାଇନା ସରକାର ଏହି ଧର୍ମକୁ ବିଷ ରୂପେ ଦେଖୁଛି ଏବଂ ଏହାକୁ ଧ୍ୱସଂ ପାଇଁ ଉଦ୍ୟମ କରୁଛି। କିନ୍ତୁ ସେମାନେ ସଫଳ ହୋଇ ପାରୁ ନଥିବା ଦଲାଇଲାମା କହିଛନ୍ତି। ଏବେ ବି ଚାଇନାର ବହୁ ଲୋକେ ବୌଦ୍ଧ ଧର୍ମ ବିଶ୍ୱାସୀ ଥିବା ସେ କହିଛନ୍ତି। ଦୁଇ ହଜାର ବର୍ଷ ପୂର୍ବେ ଯେଉଁଠି ବୁଦ୍ଧ ନିର୍ବାଣପ୍ରାପ୍ତି କରିଥିଲେ ସେହି ଜାଗାରେ ଦଲାଇଲାମା ନିଜର ବକ୍ତବ୍ୟ ରଖିଛନ୍ତି।

୮୭ ବର୍ଷୀୟ ଦଲାଇଲାମା କହିଛନ୍ତି ଯେ, ତିବତ୍ତର ବୌଦ୍ଧ ପରମ୍ପରା ପାଶ୍ଚାତ୍ୟ ଦେଶମାନଙ୍କ ବହୁ ଦୃଷ୍ଟି ଆକର୍ଷଣ କରିଛି। ପୂରାତନ କାଳରେ ସମଗ୍ର ଏସିଆରେ ଧର୍ମ ଭାବେ ବୌଦ୍ଧ ଧର୍ମ ଜଣାଶୁଣା ଥିଲା। କିନ୍ତୁ ଏବେ ବୌଦ୍ଧ ଧର୍ମର ବାଣୀ, ଦର୍ଶନ ଓ ବିଚାର ସମଗ୍ର ବିଶ୍ୱକୁ ପ୍ରସାରିତ ହୋଇପାରିଛି। ବହୁ ବୈଜ୍ଞାନିକ ବୌଦ୍ଧ ଧର୍ମ ପ୍ରତି ଆକର୍ଷିତ ହେଉଛନ୍ତି। କେବଳ ତିବତ୍ତ ନୁହେଁ ଚାଇନାର ମଧ୍ୟ ବୌଦ୍ଧ ଧର୍ମକୁ ଦୁର୍ବଳ କରିବାକୁ ଉଦ୍ୟମ କରାଯାଛି। ଦିନେ ଚାଇନା ବୌଦ୍ଧ ଦେଶ ଭାବେ ପରିଚିତ ଥିଲା। କିନ୍ତୁ ଚାଇନା ସରକାର କ୍ରମାଗତ ଏହି ଧର୍ମ ଉପରେ କଡ଼ା ଦମନ ଚାରି ରଖିଛନ୍ତି। ବୋଧଗୟା ଠାରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମର ଶେଷ ଦିନରେ ସେ କହିଛନ୍ତି ଯେ କେବଳ ବୌଦ୍ଧ ଧର୍ମକୁ ଧ୍ୱଂସ କରିବା ପାଇଁ ଚାଇନାରେ ବୌଦ୍ଧ ମଠଗୁଡିକ ଧ୍ୱଂସ କରାଯାଇଥିଲା।
ବୌଦ୍ଧ ଧର୍ମକୁ ଧ୍ୱଂସ କରିବାକୁ ଚାଇନା ସରକାର ଯେତେ ଥର ଚେଷ୍ଟା କଲେ ବି ଏହା ସଫଳ ହେବ ନାହିଁ। ସେ କହିଛନ୍ତି ଯେବୌଦ୍ଧ ଧର୍ମକୁ ଦେଶ ବାହାରକୁ ବାହାର କରିବା ପାଇଁ ଏକ ସମ୍ପୂର୍ଣ୍ଣ ଅଭିଯାନ ଚାଲିଛି। ମଙ୍ଗୋଲିଆ ଏବଂ ଚାଇନା ଟ୍ରାନ୍ସ ହିମାଳୟ ଅଞ୍ଚଳରେ ବୌଦ୍ଧ ଧର୍ମ ଉପରେ ବିଶ୍ୱାସ କରୁଥିବା ବହୁ ଲୋକ ଅଛନ୍ତି। ଚାଇନା ସରକାର ନିଜ ହୀନ ଉଦ୍ଦେଶ୍ୟ ପୂରଣ କରିବାକୁ କେବେ ମଧ୍ୟ ସମର୍ଥ ହେବେ ନାହିଁ ବୋଲି ସେ କହିଛନ୍ତି।ଚାଇନାରେ ମାଓ ସେତୁଙ୍ଗଙ୍କ ସାମ୍ୟବାଦ ଆନ୍ଦୋଳନ ପରେ ନିଜ ଜନ୍ମସ୍ଥାନ ତିବତ୍ତରୁ ୧୯୫୯ରେ ଦଲାଇଲାମା ପଳାୟନ କରିଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଇନାରେ ଅନେକ କିଛି ପରିବର୍ତ୍ତନ ହୋଇପାରା।

ବିଶ୍ୱର ମଧ୍ୟ ପରିବର୍ତ୍ତନ ଘଟିପାରେ। କାରଣ ସେ ସର୍ବଦା ଏକ ସମ୍ଭାବ୍ୟ ଉତ୍ତମ ବିଶ୍ୱକୁ ନେଇ ଅଶାବାରଦୀ ଅଛନ୍ତି। ସେ କହିଛନ୍ତି ଯେ, ତୁଷାରପାତର ଦେଶ କୁହାଯାଥିବାର ତିବ୍ଦତରେ ଅନେକ ଦୁଃଖଦ ଘଟଣା ଘଟିଛି। କିନ୍ତୁ ଏହି ଦେଶ ଉପରେ ଏକ ଅଦୃଶ୍ୟ ଆଶୀର୍ବାଦ ରହି ଆସିଛି। ତିବତ୍ତୀୟ ବୌଦ୍ଧ ଧର୍ମ ପରମ୍ପରା ବିଷୟରେ ଏବେ ବିଶ୍ୱବାସୀ ଅବଗତ ହେଲେଣି ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.