ମୋଦିଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଲେ ସୁବ୍ରମଣ୍ୟମ ସ୍ୱାମୀ…

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏକ ଅରୁଚିକର ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆସନ୍ତା ଜାନୁୟାରୀ ୧୨ ପୂର୍ବରୁ ସୁପ୍ରିମକୋର୍ଟରେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ରାମସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ଭାବରେ ଗ୍ରହଣ କରିବାକୁ ଘୋଷଣ ନକରନ୍ତି ତା’ହେଲେ ମୋଦିଙ୍କୁ ‘ନମକ ହରାମି’ ଭାବେ ବିବେଚନା କରାଯିବ। ସୁବ୍ରମଣ୍ୟମ ସ୍ୱାମୀ ତାମିଲନାଡୁର ଐତିହାସିକ ରାମସେତୁକୁ ଜାତୀୟ ସ୍ମାରକୀ ଭାବରେ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏହି ସେତୁକୁ ନେଇ ବିବାଦ ୨୦୦୭ ମସିହାରେ ଆରମ୍ଭ ହୋଇଥିଲା ।

ତତ୍କାଳୀନ ୟୁପିଏ ସରକାରଙ୍କ ଅଧୀନରେ ଥିବା ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ସୁପ୍ରିମକୋର୍ଟରେ ପ୍ରଭୁ ରାମ ଏବଂ ରାମସେତୁ ଉପରେ ପ୍ରଶ୍ନ ଉଠାଇଥିଲେ। ଏବେ ପୁଣି ଥରେ ସୁବ୍ରମଣ୍ୟମ୍ ସ୍ୱାମୀ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାମସେତୁ ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ପାମ୍ବନ୍ ଦ୍ୱୀପ ଏବଂ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳରେ ଥିବା ମନ୍ନାର ଦ୍ୱୀପ ମଧ୍ୟରେ ଚୂନ ପଥରର ଏକ ଶୃଙ୍ଖଳା ହୋଇଥିବାବେଳେ ତାମିଲନାଡୁର ରାମେଶ୍ୱରମ ନିକଟରେ ସମୁଦ୍ରରେ ଥିବା ରାମସେତୁକୁ ଆଦାମସ ବ୍ରିଜ୍ ମଧ୍ୟ କୁହାଯାଏ।

ପୌରାଣିକ ବିଶ୍ୱାସ ମୁତାବକ ଶ୍ରୀଲଙ୍କା ଯିବା ପାଇଁ ଭଗବାନ ରାମ ଏହି ସେତୁ ନିର୍ମାଣ କରିଥିଲେ। ଏହାପୂର୍ବରୁ ସୁବ୍ରମଣ୍ୟମ ସ୍ୱାମୀ ଅକ୍ଟୋବରରେ ସୁପ୍ରିମକୋର୍ଟରେ କହିଥିଲେ ଯେ ଆଠ ବର୍ଷ ବିତିଗଲାଣି କିନ୍ତୁ ଏହି ଆବେଦନ ଉପରେ କୋର୍ଟ ନୋଟିସର ଜବାବରେ କେନ୍ଦ୍ର ସରକାର ଏକ ଆଫିଡେଭିଟ ଦାଖଲ କରୁନାହାଁନ୍ତି। ଏହି ଆବେଦନର ୧୬ ଥର ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ବି ଏପର୍ଯ୍ୟନ୍ତ ଏହାକୁ ଜାତୀୟ ଐତିହ୍ୟ ଘୋଷଣା କରିବାର ଦାବି ଉପରେ କେନ୍ଦ୍ର ସରକାର କୌଣସି ଉତ୍ତର ଦେଇନାହାଁନ୍ତି।

nis-ad
Leave A Reply

Your email address will not be published.