ରୁଷ୍‌ ସାଂସଦ ପାଭେଲ୍‌ଙ୍କ ମୃତ୍ୟୁ ଘଟଣା: ହୋଟେଲରେ କ୍ରାଇମବ୍ରାଞ୍ଚର ଛାନବିନ୍‌, ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କଲା ସାଇଣ୍ଟିଫିକ୍‌ ଟିମ୍‌…

ରାୟଗଡା: ରୁଷ୍‌ର କୋଟିପତି ସାଂସଦ ଆଣ୍ଟୋଭ ପାଭେଲ୍‌ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବେଦନଭଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ? ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ କରିଛି। ଫରେନସିକ ଟିମ୍‌ ସହ ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ତଥ୍ୟ ସଂଗ୍ରହ କରିଛନ୍ତି। ପାଭେଲ ଆଣ୍ଟୋଭଙ୍କ ମୃତଦେହ ଠାବ ହୋଇଥିବା ହୋଟେଲ ରୁମ୍‌ ସହ ସମସ୍ତ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ। ତଥ୍ୟ ସଂଗ୍ରହ ପାଇଁ ମୃତ ଦେହ ପଡ଼ିଥିବା ଜାଗାକୁ ମାର୍କିଂ କରାଯାଇଛି।

ଜବତ ପ୍ରମାଣ ସହ ଦୁଇ ରୁମ୍‌ରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଛି । ଘଟଣାସ୍ଥଳରୁ ଆଣ୍ଟୋଭଙ୍କ ଚପଲକୁ ସଂଗ୍ରହ କରାଯାଇଛି। ଡିସେମ୍ବର ୨୧ତାରିଖ ରାତିରେ ଭ୍ଲାଦିମିର ଓ ଆଣ୍ଟୋଭ ରହିଥିବା ୨୦୩ନଂ ରୁମରୁ ସାଇଣ୍ଟିଫିକ ଟିମ୍‌ ସହ ତଦନ୍ତକାରୀ ଟିମ୍‌ ପ୍ରମାଣ ସଂଗ୍ରହ କରିଛି। ଚପଲ ସହ ଗ୍ଲାସରୁ ଫିଙ୍ଗର ପ୍ରିଣ୍ଟ ଓ ଅନ୍ୟ ସାମଗ୍ରୀ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ଟିମ୍‌।

ପରେ ୨୨ତାରିଖରେ ଆଣ୍ଟୋଭ ଏକୁଟିଆ ରହିଥିବା ୩୦୯ନଂ ରୁମରେ ମଧ୍ୟ ପ୍ରମାଣ ସଂଗ୍ରହ କରିଛି ତଦନ୍ତକାରୀ ଟିମ୍‌। ସେଠାରୁ ପାଣି ପିଆ ଗ୍ଲାସ, ପାଣି ବୋତଲ ଆଦି ସଂଗ୍ରହ କରିଛି। ଗ୍ଲାସରୁ ଫିଙ୍ଗର ପ୍ରିଣ୍ଟକୁ ସତର୍କତାର ସହ ସଂଗ୍ରହ କରି ଏହାର ଫଟୋଗ୍ରାଫ କରାଯାଇଛି। ପରେ କ୍ରାଇମବ୍ରାଞ୍ଚ ଟିମ୍‌ ରାୟଗଡ଼ା ଏସଡିପିଓ ଓ ଆଇଆଇସିଙ୍କ ସହ ଆଲୋଚନା କରିଛନ୍ତି। ଏପଟେ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଦୁଇ ରୁଷୀୟ ନାଗରିକଙ୍କୁ ପଚରାଉଚରା କରାଯିବା ସହ ସେମାନଙ୍କ ବୟାନର ଭିଡିଓ ରେକର୍ଡିଂ କରାଯାଇଛି।

nis-ad
Leave A Reply

Your email address will not be published.