ଖେଳାଳିମାନେ ରହିବାକୁ ଥିବା ବିଭିନ୍ନ ହୋଟେଲ ବୁଲି ଦେଖିଲେ ଡିସିପି ପ୍ରତୀକ ସିଂ…

ଭୁବନେଶ୍ୱର: ହକି ବିଶ୍ୱକପ ପୂର୍ବରୁ ଖେଳାଳିମାନେ ରହିବାକୁ ଥିବା ବିଭିନ୍ନ ହୋଟେଲ ବୁଲି ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ରାଜଧାନୀ ଭୁବନେଶ୍ୱରର ନଅଟି ହୋଟେଲରେ ରହିବେ ଏବଂ ସମସ୍ତ ହୋଟେଲ ଗୁଡିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜଣେ ଆଡିସିନାଲ ଡିସିପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ଖେଳାଳିଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ।

୨୪ ଘଣ୍ଟିଆ ମନିଟର ପାଇଁ ମଧ୍ୟ ଟିମ ମୁତୟନ କରାଯାଇଛି । ଖେଳାଳିଙ୍କ ପ୍ରାକ୍ଟିସ ଓ ମ୍ୟାଚ ଖେଳିବା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି । ଖେଳାଳିଙ୍କୁ ପାରମ୍ପରିକ ଭାବେ ସ୍ୱାଗତ ଓ ସେମାନଙ୍କ ପସନ୍ଦର ଖାଦ୍ୟ ପ୍ରଦାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ହୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.