ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି: ବଢ଼ିଲା ୪ ପ୍ରତିଶତ ମହଙ୍ଗା ଭତ୍ତା…

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ନୂଆ ବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର । ୪ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଜୁଲାଇ ପହିଲାରୁ ବର୍ଦ୍ଧିତ ଭତ୍ତା ଲାଗୁ ହେବ ।

ରାଜ୍ୟ ସରକାର ଅତିରିକ୍ତ ୪ ପ୍ରତିଶତ ମହଙ୍ଗା ଭତ୍ତା ଓ TI ମଞ୍ଜୁର କରିଛନ୍ତି । ଫଳରେ କର୍ମଚାରୀ ଓ ପେନସନଭୋଗୀ ଉପଭୁକ୍ତ ହେବେ । ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ବକେୟା ଲାଗୁ ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଘୋଷଣାପତ୍ର ଜାରି ହୋଇଛି ।

ଚଳିତ ବର୍ଷ ଦୁର୍ଗାପୂଜା  ପୂର୍ବରୁ ୭ମ ପେ କମିଶନ ଅନ୍ତର୍ଗତେ ରାଜ୍ୟ ସରକାର ୩ ପ୍ରତିଶତ ଡିଏ ଓ ଟିଆଇ ବୃଦ୍ଧି ନେଇ ଘୋଷଣା କରିଥିଲେ । ଯାହା ଜାନୁଆରୀ ୧ ତାରିଖ ୨୦୨୨ରୁ ଲାଗୁ ହୋଇଥାନ୍ତା । ଏବେ ଜୁଲାଇ ମାସରୁ ପିଛିଲା ଭାବେ ୪ପ୍ରତିଶତ ଅତିରିକ୍ତ ଡିଏ ଓ ଟିଆଇ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ ସରକାର । ଯାହା ୩୧ରୁ ୩୪ ପ୍ରତିଶତକୁ ବୃଦ୍ଧି ହୋଇଛି ।

nis-ad
Leave A Reply

Your email address will not be published.