ଅବକାରୀ ବିଭାଗ ଦ୍ବାରା ୧ ହଜାର ଲିଟର ଦେଶୀ ରନ୍ଧା ମଦ ଜବତ, ୨ଗିରଫ…

ଯାଜପୁର: ପାହାଡ଼ ଉପରେ ଦେଶୀ ମଦ କାରଖାନା। ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ବିପୁଳ ପରିମାଣର ଦେଶୀ ମଦ ଜବତ। ଘଟଣାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଯାଜପୁର ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ଆଜି ଧର୍ମଶାଳା ଥାନା ଅନ୍ତର୍ଗତ ସାରୋଇ ପାହାଡ଼ ଉପରେ ଏକ ଦେଶୀ ରନ୍ଧା ମଦ ତିଆରି କାରଖାନାରେ ଚଢାଉ କରାଯାଇଥିଲା।

ସାରୋଇ ପାହାଡ଼ର ନିଛାଟିଆ ସ୍ଥାନରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ଯକ୍ତି ଦୀର୍ଘ ଦିନ ହେଲା ଦେଶୀ ମଦ ତିଆରି କରି ବେଆଇନ ଭାବେ ବିକ୍ରୟ କରୁଥିଲେ । ଏସମ୍ପର୍କରେ ସୁରାକ ପାଇ ଯାଜପୁର ଅବକାରୀ ବିଭାଗ ନିର୍ଦେଶକ୍ରମେ ଧର୍ମଶାଳା ଓ ରସୁଲପୁର ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳୁ ସେଠାରେ ଚଢାଉ କରାଯାଇଥିଲା। ସେଠାରେ ମଦ ତିଆରି ଚାଲିଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ମାନେ ଆଜି ଭୋର ସମୟରେ ସେଠାରେ ଚଢାଉ କରିଥିଲେ ।

ଚଢାଉ ସମୟରେ ଅବକାରୀ ବିଭାଗ ଦ୍ବାରା ମୁଖ୍ଯ ଅଭିଯୁକ୍ତ ସାରୋଇ ଗ୍ରାମର ମାଧବାନନ୍ଦ ଦାସ ଓ ତାର ଜଣେ ସହଯୋଗୀକୁ ଗିରଫ କରିବା ସହ ୧ହଜାର ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲେ। ଏଥିସହ ୫ହଜାର ଲିଟର ପୋଚ ନଷ୍ଟ କରିବା ସହ ମଦ ତିଆରି ପାଇଁ ଆନୁସାଙ୍ଗିକ ସାମଗ୍ରୀ ଜବତ କରିଥିଲେ। ତେବେ ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅଞ୍ଚଳରେ ପ୍ରଥମ କରି ଏତେ ବଡ଼ ଧରଣର ଦେଶୀ ରନ୍ଧା ମଦ ତିଆରି କାରଖାନା ଠାବ କରାଯାଇଥିବା ସୂଚନା ମିଳିଛି।

nis-ad
Leave A Reply

Your email address will not be published.