ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା…

ବୁଗୁଡ଼ା : ବୁଗୁଡ଼ା ବ୍ଲକ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୯ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦ୍ବିଦିବସୀୟ ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବ ଅବସରରେ ନିକଟସ୍ଥ କାଦପଡା ଠାକୁରାଣୀ ମନ୍ଦିରରୁ କ୍ରୀଡା ଜ୍ଯୋତି ଆସି ପହଞ୍ଚିବା ପରେ ଅଧ୍ୟକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଦ୍ବାରା କ୍ରୀଡା ପତାକା ଉତ୍ତୋଳନ ସହ ପ୍ରତିଯୋଗୀମାନଙ୍କ ଶପଥ ଗ୍ରହଣ କରାଯାଇଥିଲା । ଏଥିରେ ଅଧ୍ଯାପକ କୈଳାସ ଚନ୍ଦ୍ର ସେନାପତି, ସରୋଜ କାନ୍ତ ଦାଶ, ବିଭୁତି ଭୂଷଣ ବେବର୍ତ୍ତା ଓ ଜୟନ୍ତ କୁମାର ହୋତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ମାର୍ଗ ଦର୍ଶନ ସହ ଉତ୍ସାହିତ କରିଥିଲେ । କ୍ରୀଡା ଶିକ୍ଷକ ଗୋପାଳ ପାତ୍ର, ପ୍ରଦୋଷ ନନ୍ଦ, ଜ୍ଞାନଚାନ୍ଦ ଗୌଡ, ନୀଳାଞ୍ଚଳ ପାତ୍ର ପ୍ରମୁଖଙ୍କ ପରିଚାଳନାରେ ଦୌଡ, ଲଙ୍ଗଜମ୍ପ୍, ହାଇଜମ୍ପ୍, ସଟପୁଟ୍ ଥ୍ରୋ, ଡିସକ୍ସ୍ ଥ୍ରୋ, ଜାଭଲିନ୍ ଥ୍ରୋ ମ୍ୟୁଜିକ୍ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ପ୍ରତିଯୋଗିତା ଗୁଡିକର ପରିଚାଳନାରେ ଅଧ୍ଯାପକ ଭାବଗ୍ରାହୀ ପଣ୍ଡା, ସଞ୍ଜୟ କୁମାର ବିଷୋୟୀ, କାହ୍ନୁ ଚରଣ ଦାଶ, ପ୍ରଦ୍ୟୁମ୍ନ ପାଢୀ, ସୁଶାନ୍ତ କୁମାର ପଣ୍ଡା ଓ ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.